ବ୍ରିଟେନରେ ହେବ କି ରାଜା ଶାସନର ଅନ୍ତ ? ଉଠିଲା ଦାବି

ବ୍ରିଟେନରେ ହେବ କି ରାଜା ଶାସନର ଅନ୍ତ ? ଉଠିଲା ଦାବି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବ୍ରିଟେନ ମହାରାଣୀ କ୍ବିନ୍ ଏଲିଜାବେଥଙ୍କ ନିଧନ ସେପ୍ଟେମ୍ବର ୮ ତାରିଖରେ ହୋଇଥିଲା। ଏହାପରେ ତାଙ୍କ ପୁଅ ଚାର୍ଲସ ତୃତୀୟ ରାଜଗାଦି ସମ୍ଭାଳିଛନ୍ତି। ମାତ୍ର ଏହାକୁ ନେଇ ବ୍ରିଟେନର କେତେକ ସ୍ଥାନରେ ବିରୋଧର ନିଆଁ ଜଳି ଉଠିଛି। ଚାର୍ଲସଙ୍କୁ ରାଜା ମାନିବାକୁ ଲୋକମାନେ ନାରାଜ। ଲୋକଙ୍କ କହିବା କଥା, ଏହା ଗଣତନ୍ତ୍ର ବିରୋଧୀ।
ତେବେ ବ୍ରିଟେନରେ ଯେଉଁମାନେ ରାଜା ଶାସନର ଅନ୍ତ ଚାହୁଁଛନ୍ତି, ସେମାନଙ୍କ ସଂଖ୍ୟା କମ୍। YouGovର ଏକ ପୋଲ୍ ଅନୁସାରେ, ୨୨ ପ୍ରତିଶତ ଲୋକ ଚାହୁଁଛନ୍ତି ଯେ, ଦେଶକୁ ଜଣେ ନିର୍ବାଚିତ ମୁଖିଆ ଆବଶ୍ୟକ। ଅନ୍ୟପଟେ ୬୬ ପ୍ରତିଶତ ଲୋକ ରାଜ ପରିବାରର ଶାସନ ଦେଖିବାକୁ ଚାହାନ୍ତି। ସେହିପରି ଏହି ସର୍ଭେ ଅନୁସାରେ, ରାଣୀଙ୍କ ମୃତ୍ୟୁ ଖବର ପାଇବା ପରେ ୪୪ ପ୍ରତିଶତ ବ୍ରିଟେନ ଲୋକ କାନ୍ଦିଛନ୍ତି।
ଅନ୍ୟପଟେ କିନ୍ତୁ ଚାର୍ଲସଙ୍କୁ ରାଜା ଭାବେ ଘୋଷଣା କରିବା ପରେ ତାଙ୍କୁ ଲୋକମାନେ ବିରୋଧ କରିବାରେ ଲାଗିଲେ। ସୋମବାର ବ୍ରିଟେନ ସଂସଦ ସମ୍ମୁଖରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଥିଲା। ସେ ନଟ୍ ମାଇଁ କିଙ୍ଗ୍ ନାମକ ଏକ ବୋର୍ଡ ଧରିଥିଲେ। ତାଙ୍କ କହିବା କଥା ଯେ, ବିନା ସହମତି ପ୍ରକାଶରେ ରାଜା ଘୋଷଣା କରିବା ଠିକ୍ ନୁହେଁ। ଏହା ଗଣତନ୍ତ୍ରର ସମ୍ପୂର୍ଣ୍ଣ ଅପମାନ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: