ମଦ୍ୟପାନ କରି ବିମାନ ଉଡ଼ାଇ ପାରିବେନି ପାଇଲଟ

ମଦ୍ୟପାନ କରି ବିମାନ ଉଡ଼ାଇ ପାରିବେନି ପାଇଲଟ

ପ୍ରିଜମ ନ୍ୟୁଜ ବ୍ୟୁରୋ:ମଦ୍ୟପାନ କରି ବିମାନ ଉଡ଼ାଣ କରି ପାରିବେନି ପାଇଲଟ ଏବଂ କ୍ୟାବିନ କ୍ରୁ। ଏହାକୁ ରୋକିକା ଲାଗି ପୁଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)। ଉଡାଣ ପୂର୍ବରୁ ପାଇଲଟ ଏବଂ କ୍ରୁ ସଦସ୍ୟଙ୍କ ନିଶ୍ୱାସ ବିଶ୍ଳେଷଣକାରୀ ପରୀକ୍ଷା (ବ୍ରିଥି ଅନାଲାଇଜ)ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି ଡିଜିସିଏ।ନିର୍ଦ୍ଦେଶାବଳୀ ଅନୁଯାୟୀ, ଅକ୍ଟୋବର ୧୫ ରୁ ସମସ୍ତ ପାଇଲଟ ଏବଂ କ୍ରୁ ସଦସ୍ୟଙ୍କ ପାଇଁ ପୁନର୍ବାର ନିଶ୍ୱାସ ବିଶ୍ଳେଷଣକାରୀ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। କରୋନା ମାମଲାର କ୍ରମାଗତ ହ୍ରାସ ଏବଂ ବିମାନ ଚଳାଚଳ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ବର୍ତ୍ତମାନ ବିମାନଗୁଡିକ ସାଧାରଣ ଭାବରେ କାର୍ଯ୍ୟ ଆରମ୍ଭ କରିଛି, ତେଣୁ ବିପଦ ମଧ୍ୟ ବୃଦ୍ଧି ପାଇଛି ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ଏହି ମର୍ମରେ ସମ୍ଭାବ୍ୟ ବିପଦକୁ ରୋକିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଡିଜିସିଏ ପକ୍ଷରୁ କୁହାଯାଇଛି। କରୋନା ସମୟରେ ୫୦% କ୍ଷମତାରେ ବିମାନ ଚଳାଚଳ ହେଉଥିବାରୁ ଏହି ବ୍ରିଥି ଅନାଲାଇଜ ଉପରେ କୋହଳ କରାଯାଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: