ଅଭୂତ ରେଷ୍ଟୁରାଣ୍ଟ, ମାସ୍କ ଲଗାଇଲେ ଜରିମାନା, ଫିଙ୍ଗିଲେ ଡିସକାଉଣ୍ଟ

ଅଭୂତ ରେଷ୍ଟୁରାଣ୍ଟ, ମାସ୍କ ଲଗାଇଲେ ଜରିମାନା, ଫିଙ୍ଗିଲେ ଡିସକାଉଣ୍ଟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ମହାମାରୀ ସମଗ୍ର ବିଶ୍ୱକୁ ଛାରଖାର କରିଦେଇଥିବା ବେଳେ ଆମେରିକା ଏଥିପାଇଁ ଯେଉଁ ଦଶା ଭୋଗିଛି ତାକୁ ନା ଆମେରିକାବାସୀ ନା ବିଶ୍ଵବାସୀ କେବେ ଭୁଲି ପାରିବେ। ଏଠାରେ କରୋନା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ଜୀବନ ଯାଇଛି, କହିବାକୁ ଗଲେ ଏଠାରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ହୋଇଛି। ତେବେ ଗତ କିଛି ଦିନତଳେ ସେଠାରେ ୧୦୦% ଟିକାକରଣ ହେବା ପରେ ମାସ୍କ ଫ୍ରୀ ଦେଶ ଭାବେ ଆମେରିକା ଘୋଷିତ ହୋଇଛି। କିନ୍ତୁ ସୁରକ୍ଷା ଦୃଷ୍ଟିରୁ କେତେକ ସ୍ଥାନରେ ମାସ୍କ ଲଗାଉଛନ୍ତି ଲୋକେ। ମାତ୍ର ଆମେରିକାର ଗୋଟିଏ ଅଞ୍ଚଳରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି ଯେଉଁଠି ମାସ୍କ ଲଗାଇଲେ ଲୋକଙ୍କୁ ଜରିମାନା ଦେବାକୁ ପଡ଼ୁଛି। ଆମେରିକାର କାଲିଫର୍ଣ୍ଣିଆ ସହରରେ ଫିଡ୍‌ଲହେଡ୍‌ସ କାଫେ ନାମକ ଏହି ରେଷ୍ଟୁରାଣ୍ଟରେ ଏପରି ଅଜବ ନିୟମ ରହିଛି। ତେବେ ଏହି ରେଷ୍ଟୁରାଣ୍ଟର ଅଜବ ନିୟମ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେବାରେ ଲାଗିଛି। ଏହି ରେଷ୍ଟୁରାଣ୍ଟର ମାଲିକ ହେଉଛନ୍ତି କ୍ରିସ୍‌ କାସଲମ୍ୟାନ। ସେ ସବୁବେଳେ କୋରୋନା ଗାଇଡ୍‌ଲାଇନକୁ ବିରୋଧ କରି ଆସୁଥିବାର ଜଣାପଡ଼ିଛି। ଖାଲି ସେତିକି ନୁହେଁ, ସେ କୋରୋନା ଟିକା ମଧ୍ୟ ନେବାକୁ ରାଜି ନୁହନ୍ତି। କ୍ରିସ୍‌ କୁହନ୍ତି, ଲକ୍‌ଡାଉନ୍‌ ଚାଲିଥିବାରୁ ଆମେରିକାକୁ ଅନେକ କ୍ଷତି ସହିବାକୁ ପଡ଼ିଛି।
ଆମେରିକାର କାଲିଫର୍ଣ୍ଣିଆ ଏବଂ ହାଓ୍ବାଇ ରାଜ୍ୟରେ ଟିକାକରଣ ପରେ ମଧ୍ୟ ଲୋକଙ୍କୁ ଘରେ ମାସ୍କ ପିନ୍ଧିବାକୁ କୁହାଯାଇଛି। ମାତ୍ର କ୍ରିସ ତାଙ୍କ ରେଷ୍ଟୁରାଣ୍ଟରେ କାହାକୁ ମାସ୍କ ପିନ୍ଧିଥିବା ଦେଖିବାକୁ ଚାହାନ୍ତି ନାହିଁ। ସେଥିପାଇଁ ପ୍ରାଥମିକ ଭାବେ ତାଙ୍କ ରେଷ୍ଟୁରାଣ୍ଟରେ ଏହି ନିୟମ ଲାଗୁ ହୋଇଛି। ଯଦି କେହି ମାସ୍କ ପିନ୍ଧିଥିବାର ନଜର ଆସନ୍ତିି ତେବେ ତାଙ୍କୁ ୫ ଡଲାର ଅର୍ଥାତ ୩୨୬ ଟଙ୍କା ଜରିମାନା ଦେବାକୁ ପଡ଼ିଥାଏ। ରେଷ୍ଟୁରାଣ୍ଟରେ ଆଉ ଏକ ଅଜବ ନିୟମ ମଧ୍ୟ ରହିଛି। ଯେଉଁ ବ୍ୟକ୍ତ କୋରୋନା ଟିକାର ପ୍ରଶଂସା କରିବ, ତାଙ୍କ ଉପରେ ମଧ୍ୟ ୫ ଡଲାର ଜରିମାନା ଦେବାକୁ ପଡ଼ିବ। କ୍ରିସ୍‌ କହିଛନ୍ତି, ଏହି ଜରିମାନା ସ୍ଥାନୀୟ ଏକ ଟ୍ରଷ୍ଟକୁ ଦିଆଯିବ। କ୍ରିସ୍‌ ତାଙ୍କ ରେଷ୍ଟୁରାଣ୍ଟରେ ଲାଗୁ ହୋଇଥିବା ଏହି ଅଜବ ନିୟମକୁ ନେଇ ବାହାରେ ଏକ ସାଇନ୍‌ବୋର୍ଡ ଲଗାଇଛନ୍ତି। କିଛି ଲୋକ ଏହା ଦେଖି ରେଷ୍ଟୁରାଣ୍ଟରୁ ମୁହଁ ଫେରାଇ ନେଉଥିବା ବେଳେ ଆଉ କିଛି ଲୋକ ଖୁସିରେ ଖାଇବା ପାଇଁ ଆସୁଛନ୍ତି। କ୍ରିସ୍‌ କୁହନ୍ତି, ଏହି ନିୟମ ସେ ଆଗାମୀ କିଛିମାସ ପର୍ଯ୍ୟନ୍ତ ବାଲବତର ରଖିବେ। ଏହା ସହ ଯଦି ଏଠାକୁ ଆସୁଥିବା ଗ୍ରାହକ ତାଙ୍କ ମାସ୍କ ଡଷ୍ଟବିନ୍ ରେ ଫିଙ୍ଗନ୍ତି ତେବେ ତାଙ୍କୁ ନିଜ ଅର୍ଡ ଉପରେ ୫୦% ରିହାତି ମିଳିଥାଏ। ଏହି କାରଣରୁ ଏଠାକୁ ମଧ୍ୟ ଅଧିକ ଲୋକ ଏବେ ଆସୁଛନ୍ତି। ତେବେ ଆମେରିକା ସରକାର ଟୀକାକରଣକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାର ପୁରସ୍କାର ପ୍ରଦାନ କରୁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: