ଅଜବ ପରମ୍ପରା, କାଦୁଅରେ ଗଡ଼ି ବରଯାତ୍ରୀଙ୍କୁ କରନ୍ତି ସ୍ୱାଗତ

ଅଜବ ପରମ୍ପରା, କାଦୁଅରେ ଗଡ଼ି ବରଯାତ୍ରୀଙ୍କୁ କରନ୍ତି ସ୍ୱାଗତ


ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମ ଦେଶରେ ଏକତା ସତ୍ବେ ଅନେକ ବିଭିନ୍ନତା ଦେଖିବାକୁ ମିଳେ। ଏଠାରେ ଭିନ୍ନ ଭିନ୍ନ ସଂସ୍କୃତି, ପରମ୍ପରା ଓ ଧର୍ମ ରହିଛି । ସେମିତି ଏକ ନିଆରା ପରମ୍ପରା ଛତିଶଗଡର ମୌନପାଟର ମଝି ସମ୍ପ୍ରଦାୟଙ୍କ ଭିତରେ ପ୍ରଚଳିତ ହୋଇ ଆସୁଛି । ଏଠାରେ କାଦୁଅରେ ନାଚି ବରଯାତ୍ରୀଙ୍କୁ ସ୍ୱାଗତ କରିଥାନ୍ତି ଏହି ସମ୍ପ୍ରଦାୟର ଲୋକମାନେ । ମୌନପାଟର ସର୍ବ ପୁରାତନ ପରିଚୟ ହେଉଛି ଏଠାରେ ଥିବା ମାଝି ଜନଜାତି, ଯେଉଁମାନେକି ଏ ପର୍ଯ୍ୟନ୍ତ ସେମାନଙ୍କର ପୁରୁଣା ସଂସ୍କୃତିକୁ ସମ୍ମାନ ଦେଇ ତାହାକୁ ପ୍ରଚଳିତ କରି ଆସୁଛନ୍ତି।
ବିବାହ ସମୟରେ ଏହି ଜନଜାତିରେ ଏକ ଅନନ୍ୟ ପରମ୍ପରା ଅଛି । ଯାହାକି ବର୍ଷ ବର୍ଷ ଧରି ପାଳନ କରାଯାଉଛି। ଯେତେବେଳେ ଏହି ଜନଜାତିରେ ବିବାହ ହୁଏ ଏବଂ ବରଯାତ୍ରୀ ଝିଅ ଘରକୁ ଆସନ୍ତି, ସେତେବେଳେ ଏହି ଜନଜାତିର ଲୋକମାନେ ସେମାନଙ୍କର ଗୋତ୍ରରେ ରହିଥିବା ନୀତି ନିୟମ ଅନୁଯାୟୀ ବରଯାତ୍ରୀଙ୍କୁ ସ୍ୱାଗତ କରିଥାନ୍ତି । ତେବେ ଶୋଭାଯାତ୍ରା ପହଞ୍ଚିବା ପରେ ଭୋଂସା ଗୋତ୍ରର ଲୋକମାନେ କାଦୁଅରେ ଗଡ଼ିଯାଇ ପରସ୍ପର ଉପରେ କାଦୁଅ ବୋଳି ବରଯାତ୍ରୀଙ୍କୁ ସ୍ୱାଗତ କରନ୍ତି।


ମାଝି ସମାଜର ଜଣେ ବ୍ୟକ୍ତି ଜବାହର ରାୟଦାସ କହିଛନ୍ତି ଯେ, ମୁଁ ମାଝି ଜନଜାତିର ଅଟେ। ପିତୃପୁରୁଷଙ୍କ ସମୟରୁ ଏହି ପରମ୍ପରା ରହିଆସିଛି, ଆମେ ଏବେ ବି ଏହାକୁ ଗର୍ବର ସହିତ ପାଳନ କରୁଛୁ । ବିବାହ ସମାରୋହରେ ଆମେ କାଦୁଅରେ ଗାଡ଼ି ବରଯାତ୍ରୀଙ୍କୁ ସ୍ୱାଗତ କରୁ। ଆମେ ସମସ୍ତେ ଖୁସିରେ ଏହି ପରମ୍ପରାକୁ ପାଳନ କରୁଛୁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: