ନିଆରା ମନ୍ଦିର! ଶତାବ୍ଦୀ ଧରି ମୌସୁମୀର ପୂର୍ବାନୁମାନ କରୁଛି

ନିଆରା ମନ୍ଦିର! ଶତାବ୍ଦୀ ଧରି ମୌସୁମୀର ପୂର୍ବାନୁମାନ କରୁଛି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପାଗ କେମିତି ରହିବ, ମୌସୁମୀ କେବେ ଆସିବ, ଚଳିତ ବର୍ଷ ବର୍ଷା କେତେ ହେବ, ପାଗ କେମିତି ରହିବ? ଏହାର ଉତ୍ତର କେବଳ ପାଣିପାଗ ବିଭାଗ ପୂର୍ବାନୁମାନ କରି ପାରିବ। କିନ୍ତୁ ଉତ୍ତରପ୍ରଦେଶ ଭିତର ଗାଁରେ ଥିବା ଜଗନ୍ନାଥ ମନ୍ଦିର ଏଭଳି କିଛି ପାଣିପାଗ ସୂଚନା ଦେଇଥାଏ। ଏବଂ ଏହି ମନ୍ଦିର ସୂଚାଇ ଦେଇଛି ଯେ ଚଳିତ ବର୍ଷ ମୌସୁମୀ ଦୁର୍ବଳ ହେବ। ମୌସୁମୀ ଆସିବାର କିଛି ଦିନ ପୂର୍ବରୁ ମନ୍ଦିରର ଗମ୍ବୁଜରେ ଥିବା ପଥରରୁ ବୁନ୍ଦା ବୁନ୍ଦା ପାଣି ଝରିଥାଏ। ଏହି ବୁନ୍ଦାର ଆକାର ଦେଖି ପୁରୋହିତମାନେ ମୌସୁମୀ ପୂର୍ବାନୁମାନ କରିଥାନ୍ତି। ପୁରୋହିତ ପି.ଟି.ପି ଶୁକ୍ଲା କହିଛନ୍ତି ଯେ ଦୁଇ ଦିନରୁ ଛୋଟ ବୁନ୍ଦା ଗଳୁଛି। ତେଣୁ ଏଥର ବର୍ଷା କମ୍ ହେବ। ଶତାବ୍ଦୀ ଧରି ଏଠାରେ ଏହି ପ୍ରକ୍ରିୟା ଚାଲି ଆସିଛି ବୋଲି ସ୍ଥାନୀୟ ଲୋକମାନେ କୁହନ୍ତି। ମୌସୁମୀ ଆସିବାର ୧୫-୨୦ ଦିନ ପୂର୍ବରୁ ମନ୍ଦିରର ଗମ୍ବୁଜରୁ କିଛି ବୁନ୍ଦା ବୁନ୍ଦା ପାଣି ଝାରିଥାଏ। ପୁରୋହିତ ତାହାରି ଆଧାରରେ ବ୍ୟାଖ୍ୟା କରିଛନ୍ତି ଯେ ଚଳିତ ବର୍ଷ ମୌସୁମୀ କ’ଣ ହେବ। ଭାରତ ତଥା ବିଦେଶର ବୈଜ୍ଞାନିକମାନେ ମଧ୍ୟ ଏହି କ୍ଷେତ୍ର, ମନ୍ଦିର ଓ ସ୍ୱୀକୃତିକୁ ଯାଞ୍ଚ କରିସାରିଛନ୍ତି, କିନ୍ତୁ ଏହି ବୁନ୍ଦା ବୁନ୍ଦା ପାଣିର ରହସ୍ୟ ପାଇପାରି ନାହାନ୍ତି। ବୈଜ୍ଞାନିକମାନେ କହିଛନ୍ତି ଯେ ମନ୍ଦିରର ପରିକଳ୍ପନାକୁ ନେଇ ଅଧିକ ଅନୁସନ୍ଧାନ କରାଯିବା ଆବଶ୍ୟକ।
ମନ୍ଦିରଟି ଭିତରଗାଓଁ ବ୍ଲକର ବେହା ବୁଜର୍ଗ ଗ୍ରାମରେ ଅବସ୍ଥିତ ଏହି ମନ୍ଦିର ପ୍ରତ୍ନତତ୍ତ୍ୱ ବିଭାଗର ପୃଷ୍ଠପୋଷକତାରେ ଚାଲିଛି। ମନ୍ଦିରର ପୁରୋହିତ କେ.ପି ଶୁକ୍ଲା କହିଛନ୍ତି ଯେ ମନ୍ଦିରର ସେବା କରିବା ଭିତରେ ସାତ ପିଢ଼ି ବିତି ଗଲାଣି। ଦୁଇ ଦିନ ହେଲା ମନ୍ଦିରର ଗମ୍ବୁଜରୁ ପାଣି ପଡୁଛି। ସବୁଥର ଏହି ବୁନ୍ଦା ଝରିଥାଏ। ଏଥର ବୁନ୍ଦା ଛୋଟ ପଡୁଥିବାରୁ ଦୁର୍ବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ତେବେ ଏହି ପୂର୍ବାନୁମାନ ସତ ହୋଇଥାଏ ବୋଲି ସ୍ଥାନୀୟ ଲୋକ କୁହନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: