ନିଆରା ହୋଟେଲ ଖୋଲା ଆକାଶ ତଳେ ରୁହନ୍ତି ଗ୍ରାହକ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆପଣମାନେ ବିଭିନ୍ନ ସମୟରେ ବାହାରକୁ ବୁଲାବୁଲି କରିବା ପାଇଁ ଯିବା ସମୟରେ ହୋଟେଲରେ ରହିଥିବେ ନିଶ୍ଚୟ। ସବୁଠି ସ୍ଵତନ୍ତ୍ର କୋଠରୀ ସହ ଅନ୍ୟାନ୍ୟ ସୁବିଧା ରହିଥାଏ। କିନ୍ତୁ ଏମିତି ଏକ ହୋଟେଲ ଅଛି ଯେଉଁଠି ଖୋଲା ଆକାଶ ତଳେ ରାତି କାଟିଥାଆନ୍ତି ଗ୍ରାହକମାନେ। ତେବେ ସେଥିପାଇଁ ଆପଣଙ୍କୁ ୨୫୦ ଡଲାର ଅର୍ଥାତ୍ ୧୮,୦୯୮ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଆମେ ଆପଣଙ୍କୁ ସେହିଭଳି ଏକ ହୋଟେଲ ବିଷୟରେ କହୁଛୁ। ଏଠାରେ କୋଠରୀ ନାହିଁ, କାନ୍ଥ ନାହିଁ କି ଛାତ ନାହିଁ, ଆପଣଙ୍କୁ ଖୋଲା ଆକାଶ ତଳେ ରହିବାକୁ ପଡିବ। ‘

ଦି ନଲ୍ ଷ୍ଟର୍ନ ହୋଟେଲ’ ନାମକ ଏହି ମୁକ୍ତାକାଶ ହୋଟେଲ ସ୍ୱିଜରଲ୍ୟାଣ୍ଡରେ ରହିଛି। ଏହି ହୋଟେଲକୁ ସ୍ୱିଜରଲ୍ୟାଣ୍ଡର ଦୁଇ କଳାକାର ଫ୍ରାଙ୍କ ଏବଂ ରିକଲିନ୍ ନିର୍ମାଣ କରିଥିଲେ । ପ୍ରଥମେ ହୋଟେଲତି ଲୋକଙ୍କୁ ଅଜିବ ଲାଗିଥିଲେ ମଧ୍ୟ ପରେ ଧୀରେ ଧୀରେ ଏହା ଲୋକଙ୍କ ପସନ୍ଦର ସ୍ଥାନ ହୋଇଥିଲା। ଏବଂ ପର୍ଯ୍ୟଟକମାନେ ଏଠାକୁ ଆସିବା ଆରମ୍ଭ କରିଥିଲେ। ଏହି ହୋଟେଲ ବିଷୟରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଠାରେ ଆପଣଙ୍କୁ ଏପରି ଏକ ସ୍ଥାନରେ ରହିବାକୁ ପଡିବ ଯେଉଁଠି ଛାତ କିମ୍ବା କାନ୍ଥ ନଥିବ, ଆପଣଙ୍କୁ କେବଳ ଖୋଲା ଆକାଶ ତଳେ ରାତି କଟାଇବାକୁ ପଡିବ।

ଅନ୍ୟ ହୋଟେଲ ପରି ଏଠାରେ ନିକଟତର ହୋଇ ବଡମାନ ରହି ନଥାଏ, ଭିନ୍ନ ଭିନ୍ନ ଦୁରତାରେ ବେଡ୍ ସେଟ୍ କରାଯାଇଥାଏ। ତେବେ ଏହି ଖୋଲା ହୋଟେଲରେ ଅନ୍ୟାନ୍ୟ ବିଳାସପୂର୍ଣ୍ଣ ସୁବିଧା ଓ ସେବା ଯୋଗାଇ ଦିଆଯାଇଥାଏ। ଏଠାରୁ ସ୍ୱିଜରଲ୍ୟାଣ୍ଡର ରାତିର ଦୃଶ୍ୟ ଅତ୍ୟନ୍ତ ମନଲୋଭା ହୋଇଥାଏ। ହୋଟେଲଟି ଏକ ପାହାଡି ଅଞ୍ଚଳରେ ଅବସ୍ଥିତ। ତେବେ ଏଠାକୁ ବହୁ ସଂଖ୍ୟକ ପର୍ଯ୍ୟଟକ ସ୍ଵତ୍ତନ୍ତ୍ର ଭାବେ ରାତ୍ରିଯାପନ ପାଇଁ ଆସିଥାନ୍ତି।

ଅନେକ ଦମ୍ପତିଙ୍କ ନିରୋଳାରେ ଖୋଲା ଆକାଶ ତଳେ ରାତି କଟେଇବାର ସୁଯୋଗ ଏଠାରେ ଆଉଥିବାରୁ ଅତ୍ୟନ୍ତ ଖୁସି ହୁଅନ୍ତି। କାରଣ ରାତିରେ ଏଠାରୁ ଖୋଲା ଆକାଶ ଦେଖିବା ଯେତିକି ସୁନ୍ଦର ହୋଇଥାଏ ସେତିକି ରୋମାଞ୍ଚକର ହୋଇଥାଏ।

Leave a Reply

Your email address will not be published. Required fields are marked *