୧ ଟଙ୍କାରେ ଏହି ଦୋକାନରେ ମିଳୁଛି ସମସ୍ତ ପ୍ରକାର ପୋଷାକ, ଜାଣନ୍ତୁ କେଉଁମାନେ କିଣିବାକୁ ଯୋଗ୍ୟ?

ପ୍ରିଜମ ନ୍ୟୁଜ ବ୍ୟୁରୋ:ଗରିବ ଲୋକଙ୍କୁ ଫ୍ୟାସେନେବୁଲେ ପୋଷାକ ଯୋଗାଇ ଦେବା ପାଇଁ ୪ ସାଙ୍ଗ ଏମିତି ଏକ ପ୍ରୟାସ ଆରମ୍ଭ କରିଛନ୍ତି, ଯାହା ବିଷୟରେ ଜାଣିବା ପରେ ଆପଣମାନେ ମଧ୍ୟ ପ୍ରଶଂସା ନକରି ରହିପାରିବେ ନାହିଁ। ଅଭାବୀ ଲୋକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷାକ ବ୍ୟାଙ୍କ ଆରମ୍ଭ କରିଛନ୍ତି ୪ ଜଣ ସାଙ୍ଗ। ଯାହା ମାଧ୍ୟମରେ ସେଠାରୁ ଯେକୌଣସି ସମୟରେ ଆସି ଗରିବମାନେ ମାତ୍ର ୧ ଟଙ୍କା ଦେଇ ପୋଷାକ କିଣି ପାରିବେ। ଇଲେକ୍ଟ୍ରୋନିକ୍ ସିଟି ବେଙ୍ଗାଲୁରୁରେ ‘ଇମାଜିନେଶନ କପଡା ବ୍ୟାଙ୍କ’ ନାମକ ଏହି ପୋଷାକ ଦୋକାନ ଆରମ୍ଭ ହୋଇଛି, ଯାହା କେବଳ ଅଭାବୀ ଲୋକଙ୍କ ପାଇଁ ତିଆରି ହୋଇଛି। ଏହି ଦୋକାନର ସମସ୍ତ ପ୍ରକାରର ପୋଷାକ କେବଳ ୧ ଟଙ୍କାରେ ବିକ୍ରି ହୁଏ। ଜିନ୍ସ ହେଉ କିମ୍ବା ଟି-ସାର୍ଟ, ପ୍ୟାଣ୍ଟ ହେଉ କି ସାର୍ଟ, ଏଠାରୁ କିଣାଯାଇଥିବା ସମସ୍ତ ଜିନିଷର ମୂଲ୍ୟ ମାତ୍ର ୧ ଟଙ୍କା। ୪ ସାଙ୍ଗଙ୍କ ନିଆରା ପ୍ରୟାସ: ଏହି ଗରିବ ଲୋକଙ୍କ ପାଇଁ ୧ ଟଙ୍କିଆ ପୋଷାକ ଦୋକାନ ୪ ଜଣ ବନ୍ଧୁଙ୍କ ଧାରଣା ଥିଲା, ଯେଉଁମାନେ କି ମାଙ୍ଗାଲୁରୁର ଏକ କଲେଜରେ ସାଙ୍ଗ ହୋଇ ପଢ଼ୁଥିଲେ । ଏହି ୪ ଜଣ ବନ୍ଧୁ ୨୦୧୩ ମସିହାରେ ଇମାଜିନେଶନ ଟ୍ରଷ୍ଟ ନାମରେ ଏକ ଏନଜିଓ ଆରମ୍ଭ କରିଥିଲେ, ଯାହାକୁ ସେମାନେ ନିଜ ଚାକିରି ସହିତ ପରିଚାଳନା କରୁଥିଲେ। କିନ୍ତୁ ଯେତେବେଳେ ମେଲିଶା ନାମକ ଜଣେ ବାନ୍ଧବୀ ପୁରା ସମୟ ଏନଜିଓରେ କାମ କରିଥିଲେ, ସେତେବେଳେ ଏହି ୪ ସାଙ୍ଗ ଏନଜିଓ ମାଧ୍ୟମରେ ବଡ଼ ପ୍ରୋଜେକ୍ଟ ନେବା ଆରମ୍ଭ କଲେ। ଏହା ପରେ, ସେ ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରି ଦେଖାଇଥିଲେ। ଏହାକୁ ମେଲିଶାଙ୍କ ସ୍ୱାମୀ ବିନୋଦ, ତାଙ୍କ ମା’ ଗ୍ଲାଡିସ୍ ଏବଂ ଅନ୍ୟ ଦୁଇ ବନ୍ଧୁ ନିତିନ କୁମାର ଏବଂ ଭିଗ୍ନେଶ ଆରମ୍ଭ କରିଥିଲେ। ଦୋକାନ କିପରି କାମ କରେ?ଏହି ନିଆରା ପୋଷାକ ଦୋକାନ ୧୨ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି। ଏହା ପ୍ରତ୍ୟେକ ରବିବାର ଖୋଲିଥାଏ ଏବଂ ଯେକୌଣସି ବୟସର ଲୋକମାନେ ଏଠାକୁ ଆସି ପୋଷାକ ନେଇପାରିବେ। ମାତ୍ର ୧ ଟଙ୍କାରେ ପୋଷାକର ମୂଲ୍ୟ ରଖିବାର କାରଣ ହେଉଛି ସେ ଚାହୁଁଥିଲେ ଯେ ଗ୍ରାହକଙ୍କ ସମ୍ମାନ ମଧ୍ୟ ଧ୍ୟାନ ଦିଆଯାଉ । ସେମାନେ ମାଗଣାରେ ପୋଷାକ ନେଉନାହାଁନ୍ତି, କିନ୍ତୁ ମୂଲ୍ୟ ଦେଇ ସେମାନେ କିଣୁଛନ୍ତି। ଏହି ଚାରିଜଣ ବନ୍ଧୁ ଏଥିରୁ ମିଳୁଥିବା ଅର୍ଥକୁ ଗରିବ ପିଲାମାନଙ୍କ ଶିକ୍ଷାକ୍ଷେତ୍ରରେ ଖର୍ଚ୍ଚ କରନ୍ତି। ଦୋକାନରେ ବେଡସିଟ୍, ଟାୱେଲ୍, ପୋଷାକ, ପରଦା ଇତ୍ୟାଦି ସାମଗ୍ରୀ ମିଳିଥାଏ ଏବଂ ପ୍ରତି ସପ୍ତାହରେ ପ୍ରାୟ ୧୫୦ ପରିବାର ଏଠାକୁ ଆସନ୍ତି।

Leave a Reply

Your email address will not be published. Required fields are marked *