KBN ଗ୍ୟାଙ୍ଗ୍‌ ସଦସ୍ୟଙ୍କୁ ଖୋଜି ଖୋଜି ଧରୁଛି ପୋଲିସ, ଆଜି ଗିରଫ ହେଲେ ଆଉ ୨ ସଦସ୍ୟ

KBN ଗ୍ୟାଙ୍ଗ୍‌ ସଦସ୍ୟଙ୍କୁ ଖୋଜି ଖୋଜି ଧରୁଛି ପୋଲିସ, ଆଜି ଗିରଫ ହେଲେ ଆଉ ୨ ସଦସ୍ୟ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜଧାନୀରେ ଆତଙ୍କ ଖେଳାଇଥିବା KBN ଗ୍ୟାଙ୍ଗର ସଦସ୍ୟଙ୍କୁ ଖୋଜିଖୋଜି ଗିରଫ କରୁଛି କମିଶନରେଟ୍ ପୋଲିସ। ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି KBN ଗ୍ୟାଙ୍ଗ୍‌ର ଆଉ ୨ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି। ଭାଇରାଲ ଭିଡିଓ ଆଧାରରେ ଗିରଫ କରିଛି ପୋଲିସ। ପୂର୍ବରୁ ଏହି ଗ୍ୟାଙ୍ଗ୍‌ର ୫ ଜଣ ଯୁବକଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ। ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍‌। ଏହି ଗ୍ୟାଙ୍ଗର ୨୯ ଜଣଙ୍କ ନାମରେ ରୁଜୁ ହୋଇଛି ମାମଲା । ବିଭିନ୍ନ ଛକ, ଗାଳି ଓ ଏକାନ୍ତ ସ୍ଥାନରେ ଏମାନଙ୍କୁ ଧରିବା ପାଇଁ ପୋଲିସ ଟିମ୍‌ ନଜର ରଖିଛି।ଅନ୍ୟମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । KBN ଗ୍ରୁପ୍ର ବନ୍ଧୁକ ଓ ମାରଣାସ୍ତ୍ର ଧରି ରାଜରାସ୍ତାରେ ଆତଙ୍କ ସୃଷ୍ଟି କରିବା ସହ ସୋସିଆଲ ମିଡିଆରେ ଭିଡ଼ିଓ ପୋଷ୍ଟ କରି ସହରରେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ‘କେବିଏନ୍‌’ ଅର୍ଥ ‘କୋଇ କିସିକା ଭାଇ ନେହିଁ’ ।ଗତ ଦୁଇ ଦିନ ହେଲା ସୋସିଆଲ ମିଡିଆରେ ଏହି ଗ୍ୟାଙ୍ଗର ଅନେକ ଭୟ ସୃଷ୍ଟି କଲାଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକି ରାଜଧାନୀ ବାସୀଙ୍କ ନିଦ ହଜାଇ ଦେଇଛି କହିଲେ ଭୁଲ ହେବନି। ନିମଷକେ ମଧ୍ୟରେ ଛାତି ଥରାଇବା ଭଳି ଗୁଳି ଚାଉନା କରାଯାଉଛି ଏହି ଭିଡିଓରେ । ଯାହାକୁ ନେଇ କମିଶନରେଟ୍ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: