ଆମକୁ ଫେରାଇ ଦିଅ ‘କଳିଙ୍ଗ ସାଗର’; ତମ ପାଖରେ ରଖ ‘ବଙ୍ଗୋପ ସାଗର’

ଆମକୁ ଫେରାଇ ଦିଅ ‘କଳିଙ୍ଗ ସାଗର’; ତମ ପାଖରେ ରଖ ‘ବଙ୍ଗୋପ ସାଗର’

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ଶ୍ରୀଜଗନ୍ନାଥଙ୍କ ପ୍ରିୟ ରସଗୋଲା ଓଡ଼ିଶାର ବୋଲି ବିଶ୍ୱ ଜାଣିବା ପରେ ବର୍ତ୍ତମାନ ମହୋଦଧୀ ଯାହାର ଆଧୁନିକ ନାମ ବଙ୍ଗୋପ ସାଗର ତାକୁ ନିଜର କରିବାକୁ ଦାବି କରୁଛି ଓଡ଼ିଶା । ଓଡ଼ିଶାର ଦାବି ଯେ, ବେ ଅଫ୍ ବେଙ୍ଗଲ ବା ବଙ୍ଗୋପ ସାଗର ପ୍ରକୃତରେ ବଙ୍ଗୋପ ସାଗର ଭାବେ ପରିଚିତ ନଥିଲା । ଏହା ଥିଲା କଳିଙ୍ଗ ସାଗର । କାହିଁକିନା ଏହାର ସର୍ବାଧୀକ ଅଞ୍ଚଳ ବା ବେଳାଭୂମି (ତଟ) କଳିଙ୍ଗ ବା ଓଡ଼ିଶାରେ ରହିଛି । ପାଖାପାଖି 480 କିମି ପରିବ୍ୟାପ୍ତ ବେଳାଭୂମି ଓଡ଼ିଶାରେ ରହିଛି ପଶ୍ଚିମବଙ୍ଗରେ ଏହା 374 କିଲୋମିଟର । ଓଡ଼ିଶା ଭାଗରେ ବଙ୍ଗୋପ ସାଗରର ତଟ ରହିଥିଲେ ମଧ୍ୟ ବ୍ରିଟିସ ଏହାର ନାମ କଳିଙ୍ଗ ସାଗରରୁ ନିଜର ବ୍ୟବସାୟିକ ଓ ରାଜନୈତିକ ଲାଭ ପାଇଁ ଏହାକୁ ବଙ୍ଗୋପ ସାଗର କରିଦେଇଥିଲେ । ଏହି ଯୁକ୍ତି ଉପସ୍ଥାପନ କରି ବର୍ତ୍ତମାନ ବଙ୍ଗୋପ ସାଗରକୁ କଳିଙ୍ଗ ସାଗର ନାମକରଣ କରାଯାଉ ବୋଲି ସୋସିଆଲ ମିଡିଆରେ ସ୍ୱର ଉଠିଛି । ବ୍ରିଟିସ୍ ଅମଳରେ ହୋଇଥିବା ଐତିହାସିକ ଭୁଲ୍ କୁ ସୁଧାରିବାର ଆବଶ୍ୟକତା ଦର୍ଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅନୁରୋଧ କରାଯାଇଛି । ଏପରିକି ଏଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି  ।     

ଏଠାରେ କହି ରଖୁ ଯେ, କୌଣସି ସାଧାରଣ ବ୍ୟକ୍ତି ବିଶେଷ ନୁହେଁ ଓଡ଼ିଶା ପୋଲିସର ଆଇଜି ଅପରେସନ ଆଇପିଏସ ଅମିତାଭ ଠାକୁର ସାମାଜିକ ଗଣମାଧ୍ୟମରେ ଏନେଇ ଏକ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି । କହିଛନ୍ତି ବ୍ରିଟିସ ଅମଳର ନାମକରଣ ହଟାଇ କୌଣସି ଭାରତୀୟ ନାମକରଣ କରାଯାଉ । ଏ ନେଇ ସେ ଏକ ଯୁକ୍ତି ସମ୍ବଳିତ ସମ୍ବାଦ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଦାବି କରାଯାଉଛି ଯେ, ଅନେକ ଐତିହାସିକଙ୍କ ମତରେ କଳିଙ୍ଗସାଗରର ନାମ ପରିବର୍ତ୍ତନ କରି ବ୍ରିଟିସ୍ ଏହାକୁ ବେ ଅଫ୍ ବେଙ୍ଗଲ ବା ବଙ୍ଗୋପ ସାଗର କରିଦେଇଥିଲେ । ଆଉ ଏବେ ଏହାର ନାମ ପୁଣି ଥରେ କଳିଙ୍ଗ ସାଗର କରାଯାଉ ବୋଲି ଦାବି ଉଠିଛି ।   

0 Comments

Leave Your Comment

Your email address will not be published. Required fields are marked *

%d bloggers like this: