ଭାରତର ଏହି ଗାଁରେ ୫ ଦିନ ଉଲଗ୍ନ ରୁହନ୍ତି ମହିଳା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତ ଏମିତି ଏକ ଦେଶ ଯେଉଁ ଠାରେ ବର୍ଷ ବର୍ଷ ଧରି ଭିନ୍ନ ଭିନ୍ନ ସଂସ୍କୃତି, ପ୍ରଥା ଓ ପରମ୍ପରା ଅନୁସରଣ କରାଯାଇଥାଏ। ଆଜି ବି ପୁରାତନ ପରମ୍ପରାର ବିଶ୍ୱାସକୁ ଅନେକ ସ୍ଥାନରେ ପ୍ରଚଳିତ କରାଯାଏ । ତେବେ ସେହିଭଳି ଏକ ନିଆରା ପରମ୍ପରା ହିମାଚଳ ପ୍ରଦେଶର ମାଣିକର୍ଣ୍ଣ ଉପତ୍ୟକାର ପିଣି ଗ୍ରାମରେ ପ୍ରଚଳିତ ହେଉଛି । ଏହି ପ୍ରଥା ଅନୁସାରେ ସେହି ଗାଁର ମହିଳା ମାନେ ୫ ଦିନ ବିନା ପୋଷାକରେ ଉଲଗ୍ନ ହୋଇ ରୁହନ୍ତି। ଏହି ସମୟରେ ସ୍ୱାମୀ-ସ୍ତ୍ରୀ ପରସ୍ପର ସହ କଥାବାର୍ତ୍ତା କି ଥଟ୍ଟା ମଜା କରନ୍ତି ନାହିଁ। ଏହି ସମୟ ମଧ୍ୟରେ ଗାଁର କୌଣସି ପୁରୁଷ ମଧ୍ୟ ମଦ୍ୟପାନ କରନ୍ତି ନାହିଁ । ଶତାବ୍ଦୀ ଧରି ଚାଲିଆସୁଥିବା ଏହି ପ୍ରଥାକୁ ଆଜି ବି ସେଠାକା ଲୋକମାନେ ଦୃଢ଼ ଭାବେ ବିଶ୍ଵାସ କରନ୍ତି ।
ତେବେ ଶ୍ରାବଣ ମାସରେ ୫ ଦିନ ସ୍ୱାମୀ-ସ୍ତ୍ରୀଙ୍କୁ ପରସ୍ପରଠାରୁ ଦୂରରେ ରହିବା ସହ ମହିଳାଙ୍କୁ ଉଲଗ୍ନ ରହିବାକୁ ପଡିଥାଏ । କୁହାଯାଏ ଯେ, ଏହି ସମୟ ମଧ୍ୟରେ ଏଠାକାର ମହିଳାମାନେ ପସମର ପୋଷାକ ପିନ୍ଧନ୍ତି ନାହିଁ । କେବଳ ପାହାଡ ପୋଷାକ ପିନ୍ଧନ୍ତି । ଯାହାକୁ ପଟୁ କୁହାଯାଏ । ତେବେ ଏହି ପରମ୍ପରା ପଛରେ ମଧ୍ୟ ଏକ କାହାଣୀ ରହିଛି। ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି ଯେ, ଲାହୁଆ ଘୋଣ୍ଡର ପ୍ରସିଦ୍ଧ ଦେବତା ପିଣି ଗ୍ରାମରେ ଯେତେବେଳେ ପହଞ୍ଚିଥିଲେ ସେତେବେଳେ ସେଠାରେ କିଛି ରାକ୍ଷସ ଏହାକୁ ଦଖଲ କରିଥିଲେ। ଏଠାରେ ଥିବା ଲୋକମାନେ ଅଗଷ୍ଟ ମାସରେ ଭଦ୍ରବ ସଙ୍କ୍ରାନ୍ତିକୁ କଳା ମାସ ବୋଲି ମଧ୍ୟ କହନ୍ତି । ଏହି ଦିନ ଭଗବାନ ଲାହୁଆ ଘୋଡ ପିଣି ଗାଁରେ ପାଦ ରଖିଥିଲେ ଏବଂ ପରେ ଏଠାରେ ଉପସ୍ଥିତ ରାକ୍ଷସଙ୍କୁ ଧ୍ୱଂସ କରିଥିଲେ। ସେବେଠାରୁ ଏହି ରୀତି ଆରମ୍ଭ ହୋଇଥିଲା। ଏବେ ପର୍ଯ୍ୟନ୍ତ ମଧ୍ୟ ତାହା ଚାଲି ଆସୁଛି।

Leave a Reply

Your email address will not be published. Required fields are marked *