ସୁପର ମାର୍କେଟରୁ ସେଓ ମଗେଇଥିଲେ ବ୍ୟକ୍ତି, ଡେଲିଭରି ହେଲା ଏପରି ଜିନିଷ

ସୁପର ମାର୍କେଟରୁ ସେଓ ମଗେଇଥିଲେ ବ୍ୟକ୍ତି, ଡେଲିଭରି ହେଲା ଏପରି ଜିନିଷ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅନଲାଇନରେ ସାମଗ୍ରୀ ଅର୍ଡର କରିବା ସମୟରେ ବେଳେ ବେଳେ ଭୁଲ ଜିନିଷ ଡେଲିଭରି ହେବା ସମସ୍ୟା ଦେଖା ଯାଇଥାଏ। କେବେ ଭୁଲ ରଙ୍ଗର ଜିନିଷ ଆସିଯାଏ, ପୁଣି କେବେ ଚିରା ଫଟା ଜିନିଷ ଆସିଯାଏ। କିନ୍ତୁ ଯଦି କେବେ ଆପଣ କମ୍ ମୂଲ୍ୟର ଜିନିଷ ଅର୍ଡର କରିଥିବେ ଏବଂ ଏହା ବଦଳରେ ଆପଣଙ୍କୁ ଦାମୀ ଜିନିଷ ମିଳିଯାଏ, ତେବେ ଆପଣ ନିହାତି ଭାବେ ଖୁସି ଅନୁଭବ କରିବେ। କେବଳ ସେତିକି ନୁହେଁ, ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ମଧ୍ୟ ରହିବ ନାହିଁ। ବ୍ରିଟେନର ଜଣେ ବ୍ୟକ୍ତିଙ୍କ ସହ ଏହିଭଳି ସମାନ ଘଟଣା ଘଟିଛି, ​​ଯିଏ ଅନଲାଇନ୍ ଦୋକାନରୁ ସେଓ ମଗାଇଥିଲେ, କିନ୍ତୁ ଯେତେବେଳେ ସାମଗ୍ରୀ ଆସି ପହଞ୍ଚି ଥିଲା ଏବଂ ସେ ବ୍ୟାଗ୍ ଖୋଲି ଦେଖିଥିଲେ ସେ ନିଜ ଆଖିକୁ ବି ବିଶ୍ୱାସ କରି ପାରିନଥିଲେ ସେଥିରେ ସେଓ ବଦଳରେ ଆଇଫୋନ୍ ଥିଲା।
ନିକଟରେ ବ୍ରିଟେନରେ ରହୁଥିବା ୫୦ ବର୍ଷୀୟ ନିକ ଜେମ୍ସ ଟେସ୍କୋରୁ ଘର ପାଇଁ କିଛି ଜିନିଷ ଅର୍ଡର କରିଥିଲେ। ଟେସ୍କୋ ହେଉଛି ଏକ ସୁପର ମାର୍କେଟ ଚେନ। ଅନ୍ୟ ସାମଗ୍ରୀ ସହିତ ଅର୍ଡର ସମୟରେ ତାଙ୍କ ଗ୍ରୋସରୀ ତାଲିକାରେ ଆପଲ୍ ମଧ୍ୟ ଥିଲା। ଯେତେବେଳେ ଜେମ୍ସ ନିଜର ଲଗେଜ୍ ବ୍ୟାଗ୍ ଖୋଲିଲେ, ଆପଲ୍ ବଦଳରେ ଆପଲ୍ ଆଇଫୋନ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା କିପରି ହୋଇପାରେ ଭାବି ଜେମ୍ସ ଆଶ୍ଚର୍ଯ୍ୟ ହୋଇଗଲେ। ଏହାପରେ ସେ ପୁନର୍ବାର ସାମଗ୍ରୀ ଯାଞ୍ଚ କରିଥିଲେ ଏବଂ ତାଙ୍କ ଆକାଉଣ୍ଟରୁ ଆଇଫୋନ୍ ପାଇଁ ଟଙ୍କା କଟାଯାଇଛି କି ନାହିଁ ତାହା ଜାଣିବା ପାଇଁ ତାଙ୍କ ବିଲ୍ ମଧ୍ୟ ଯାଞ୍ଚ କରିଥିଲେ। ହେଲେ ସେପରି କିଛି ହୋଇ ନଥିଲା, କେବଳ ତାଙ୍କ ଆକାଉଣ୍ଟରୁ ସେଓ ଟଙ୍କା କଟାଯାଇଥିଲା।
ପରେ ଜେମ୍ସ ଜାଣିବାକୁ ପାଇଥିଲେ ଯେ ଏହା ଭୁଲରେ ହୋଇନି ବରଂ ଗ୍ରାହକଙ୍କୁ ପ୍ରକୃତରେ ଖୁସି ଦେବା ପାଇଁ ଷ୍ଟୋର ଏପରି ସରପ୍ରାଇଜ ରଖିଥିଲା। ତେବେ ଟେସ୍କୋ ଷ୍ଟୋର୍‌ ସର୍ବଦା ପ୍ରୟାସ କରିଥାଏ ଯେ ତାହାର ଗ୍ରାହକମାନେ ସବୁବେଳେ ଷ୍ଟୋର୍‌ରୁ ଖୁସି ହୋଇ ଯାଆନ୍ତୁ। ତେବେ ଏହାପରେ ଜେମ୍ସ ଟ୍ୱିଟରରେ ଟେସ୍କୋକୁ ଟ୍ୟାଗ୍ କରି ଲେଖିଛନ୍ତି, ଧନ୍ୟବାଦ ଟେସ୍କୋ ଏବଂ ଟେସ୍କୋମୋବାଇଲ୍, ବୁଧବାର ସନ୍ଧ୍ୟାରେ ଆମେ ଆମର ଅର୍ଡର ସଂଗ୍ରହ କରିବାକୁ ଯାଇଥିଲୁ କିନ୍ତୁ ସେତେବେଳେ ଆପଲ୍ ବଦଳରେ ମୋ ବ୍ୟାଗରେ ଆଇଫୋନ୍ SE ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ଏହା ମୋ ପୁଅକୁ ଏକ ସପ୍ତାହର କରିଦେଲା! “

0 Comments

Leave Your Comment

Your email address will not be published. Required fields are marked *

%d bloggers like this: