ଭାରତର ଏହି ରେଳ ଷ୍ଟେସନର ନାଁ ନାହିଁ, ଯାତ୍ରୀମାନେ ଏପରି ଜାଣନ୍ତି ଷ୍ଟେସନ ଆସିଲା ବୋଲି

ଭାରତର ଏହି ରେଳ ଷ୍ଟେସନର ନାଁ ନାହିଁ, ଯାତ୍ରୀମାନେ ଏପରି ଜାଣନ୍ତି ଷ୍ଟେସନ ଆସିଲା ବୋଲି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଯଦି କୌଣସି ବ୍ୟକ୍ତି ଆପଣଙ୍କ ସାମ୍ନାରେ ବସିଛନ୍ତି ଏବଂ ଆପଣ ତାଙ୍କ ନାମ ଜାଣି ନାହାଁନ୍ତି, ତେବେ ଆପଣ ତାଙ୍କୁ ଅଙ୍ଗଭଙ୍ଗୀ ଦ୍ୱାରା ଡାକନ୍ତି। କିନ୍ତୁ କଳ୍ପନା କରନ୍ତୁତ ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯାତ୍ରା କରି ଓହ୍ଲାଇବାର ଅଛି ହେଲେ ସେହି ଷ୍ଟେସନର କୌଣସି ନାମ ନାହିଁ ତେବେ ଟ୍ରେନ୍ ସେଠାରେ କିପରି ଅଟକିବ? ଏବଂ ଆପଣ ବି କେମିତି ଜାଣିବେ ଷ୍ଟେସନ ଆସିଲା ବୋଲି। ଏହା ନିହାତି ଆଶ୍ଚର୍ଯ୍ୟଜନକ ନୁହେଁ କି! ହଁ, ଭାରତରେ ଏପରି ଦୁଇଟି ରେଳ ଷ୍ଟେସନ ଅଛି ଯାହାର କୌଣସି ନାମ ନାହିଁ।
ଏହା ଜାଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଥିବେ। କାରଣ ବିନାନାମରେ ରେଳ ଷ୍ଟେସନ କିପରି ହୋଇପାରିବ? ଯାତ୍ରୀମାନଙ୍କ ପାଇଁ ଏହା ଏକ ବଡ ସମସ୍ୟା ଯେ ସେମାନେ ବିନା ନାମ ବାଲା ରେଳ ଷ୍ଟେସନରୁ କିପରି ଯାତ୍ରା କରିବେ। ତେବେ ଚାଲନ୍ତୁ ଜାଣିବା ଯେ ଏହି ଭଳି ଗୋଟିଏ ରେଳ ଷ୍ଟେସନ ପଶ୍ଚିମବଙ୍ଗର ବରଦାମାନ ଜିଲ୍ଲାରେ ଥିବାବେଳେ ଅନ୍ୟ ରେଳ ଷ୍ଟେସନ ଝାଡଖଣ୍ଡର ରାଞ୍ଚି ସହରରେ ଅବସ୍ଥିତ।
ପଶ୍ଚିମ ବଙ୍ଗର ଅଜ୍ଞାତ ରେଳ ଷ୍ଟେସନ:-

ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାଠାରୁ ୩୫ କିଲୋମିଟର ଦୂରରେ ଥିବା ବାଙ୍କୁରା-ମୋସଗ୍ରାମ ରେଳ ଲାଇନରେ ୨୦୦୮ ମସିହାରେ ଏକ ରେଳ ଷ୍ଟେସନ ନିର୍ମାଣ କରାଯାଇଥିଲା। ଏହି ଷ୍ଟେସନ ନିର୍ମାଣ ପରଠାରୁ ଏହାର ନାମକୁ ନେଇ ବିବାଦ ଲାଗି ରହିଛି। ବାସ୍ତବରେ ଏହି ଷ୍ଟେସନର ନାମ ଥିଲା ବର୍ଷା। ତେବେ ସ୍ଥାନୀୟ ରାଇନା ଗାଁର ଲୋକମାନେ ଏହି କଥା ପସନ୍ଦ କରୁନଥିଲେ। କାରଣ ସେହି ଷ୍ଟେସନ ରାଇନା ଗାଁର ଜମିରେ ନିର୍ମିତ ହୋଇଥିଲା। ଏହି କାରଣରୁ ରାଇନା ଗାଁର ଲୋକମାନେ ରେଲୱେ ବୋର୍ଡରେ ଅଭିଯୋଗ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେବେଠାରୁ ଏହି ମାମଲା ଅଧାରେ ଅଟକି ରହିଥିବା ବେଳେ ସେଠାରେ ଏବେ କୌଣସି ନାମ ଲେଖା ନାହିଁ। ଏହି ରେଳ ଷ୍ଟେସନର କୌଣସି ନାମ ନଥିବାରୁ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଝାଡଖଣ୍ଡର ଷ୍ଟେସନରେ ମଧ୍ୟ ସମାନ ବିବାଦ :-
ରାଞ୍ଚିରୁ ଝାଡଖଣ୍ଡର ରାଜଧାନୀ ଟୋରି ଅଭିମୁଖେ ଯାଉଥିବା ଟ୍ରେନ୍ ଲୋହରଦଗାଠାରୁ ଆଗକୁ ଯିବା ରାସ୍ତାରେ ଏକ ରେଳ ଷ୍ଟେସନ୍ ପଡ଼େ, ଯାହାର କୌଣସି ନାମ ନାହିଁ। ରିପୋର୍ଟ ଅନୁଯାୟୀ, ଏହି ରେଳ ଷ୍ଟେସନରୁ ଟ୍ରେନରେ ଚଢ଼ୁଥିବା ସମସ୍ତ ଯାତ୍ରୀଙ୍କ ବଡକି ଚମ୍ପି ପାଇଁ ଟିକେଟ ରହିଥାଏ। ଯଦିଓ ରେଳ ଷ୍ଟେସନରେ କୌଣସି ସାଇନ୍ ବୋର୍ଡ ନାହିଁ। ୨୦୧୧ ମସିହାରେ ଏହି ଷ୍ଟେସନରୁ ଟ୍ରେନ୍ ପ୍ରଥମ ଥର ପାଇଁ ଯାତ୍ରା ଆରମ୍ଭ କରିଥିଲା । ଏହା ପରେ ରେଳବାଇ ଏହି ଷ୍ଟେସନକୁ ବଡକିଚମ୍ପି ନାମରେ ନାମିତ କରିବାକୁ ଚାହୁଁଥିଲା, କିନ୍ତୁ କମଲେ ଗାଁର ଲୋକମାନେ ଏହାକୁ ବିରୋଧ କରିଥିଲେ। କମଲେ ଗାଁର ଲୋକମାନେ କହିଥିଲେ ଯେ ସେମାନେ ରେଳ ଷ୍ଟେସନ ପାଇଁ ଜମି ଦେଇଛନ୍ତି, ତେଣୁ ଏହାର ନାମ କମଲେ ରଖାଯାଉ। ଯଦିଓ ରେଳ ଦଲିଲରେ ଏହି ଷ୍ଟେସନର ନାମ ଏବେବି ବଡକିଚମ୍ପି ରହିଛି, କିନ୍ତୁ ସେଠାରେ କୌଣସି ବୋର୍ଡ କି ଲେଖା ନାହିଁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: