ଏହି ମନ୍ଦିରରେ, ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା-ରୂପା ଅଳଙ୍କାର

ଏହି ମନ୍ଦିରରେ, ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା-ରୂପା ଅଳଙ୍କାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତରେ ମନ୍ଦିର ଅଭାବ ନାହିଁ, ତା ସାଙ୍ଗକୁ ସେଥିରେ ଜଡ଼ିତ ଥିବା ଅନନ୍ୟ ପରମ୍ପରା ବିଶ୍ୱବାସୀଙ୍କୁ ଚକିତ କରିଥାଏ। ଏହିପରି ଏକ ଅନନ୍ୟ ମନ୍ଦିର ମଧ୍ୟପ୍ରଦେଶରେ ରହିଛି। ଏଠାରେ ଭକ୍ତମାନଙ୍କୁ ପ୍ରସାଦ ଭାବେ ମିଠା କିମ୍ବା ଖାଦ୍ୟ ବଦଳରେ ସୁନା ଓ ରୂପା ଅଳଙ୍କାର ଦିଆଯାଇଥାଏ। ଯେକୌଣସି ଭକ୍ତ ଏଠାକୁ ଆସନ୍ତି, ତାଙ୍କ ଘର ଧନଧାନ୍ୟରେ ଭାରିଯାଏ ବୋଲି ବିଶ୍ୱାସ କରାଯାଏ।
ମଧ୍ୟପ୍ରଦେଶର ରତ୍ଲାମରେ ଅବସ୍ଥିତ ଏହି ମନ୍ଦିରରେ ମା ମହାଲକ୍ଷ୍ମୀ ପୂଜା ପାଆନ୍ତି। ବର୍ଷ ବର୍ଷ ଧରି ଏହି ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏଠାକୁ ଆସୁଥିବା ଭକ୍ତମାନେ ମନ୍ଦିରରେ କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଚଢ଼େଇ ଥାଆନ୍ତି। ଏହା ବ୍ୟତୀତ ଭକ୍ତମାନେ ବହୁ ନଗଦ ଟଙ୍କା ମଧ୍ୟ ପ୍ରଦାନ କରନ୍ତି। ଦୀପାବଳି ଅବସରରେ ଧନତେରସରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଏଠାରେ ଦୀପ ଉତ୍ସବ ଆୟୋଜିତ ହୋଇଥାଏ।
ତେବେ ଏହି ଦୀପାବଳି ଉତ୍ସବ ସମୟରେ ମନ୍ଦିରକୁ ଫୁଲ ପତ୍ରରେ ନୁହେଁ ବରଂ ସୁନା ରୂପା ଅଳଙ୍କାର ଏବଂ ଟଙ୍କାରେ ସଜାଯାଇଥାଏ।ମନ୍ଦିରରେ ରହୁଥିବା ସମ୍ପତି କୁବେରଙ୍କ ରଜ ଦରବାର ଭଳି ଅନୁଭବ ହୁଏ। ଏହି ଦିନ ଭକ୍ତମାନଙ୍କୁ ଲଡୁ କିମ୍ବା ଖାଦ୍ୟ ପ୍ରସାଦରେ ଦିଆଯାଇନଥାଏ ବରଂ ଅଳଙ୍କାର ଏବଂ ଟଙ୍କା ପ୍ରସାଦ ଭାବରେ ଦିଆଯାଏ। ଦୀପାବଳି ଅବସରରେ ମନ୍ଦିରର ଦ୍ବାର ୨୪ ଘଣ୍ଟା ଖୋଲା ରହିଥାଏ । ମନ୍ଦିରକୁ ନେଇ ବିଶ୍ୱାସ କରାଯାଏ ଯେ ଧନତେରସ ଅବସରରେ ମହିଳାମାନଙ୍କୁ ଏଠାରେ କୁବେରର ଗଣ୍ଠିଲି ଦିଆଯାଇଥାଏ। ଦୀପାବଳି ଅବସରରେ ଏଠାକୁ ଆସୁଥିବା ଭକ୍ତମାନଙ୍କୁ ମନ୍ଦିରରୁ ଖାଲି ହାତରେ ଫେରାଇ ଦିଆଯାଏ ନାହିଁ। ବରଂ, ପ୍ରସାଦ ଆକାରରେ ସେମାନଙ୍କ ହାତରେ ନିଶ୍ଚିତ ଭାବରେ କିଛିନା କିଛି ଅଳଙ୍କାର ଦିଆଯାଏ। ତେବେ ଏହିଭଳି ଛତିଶଗଡରେ ଗୋଟିଏ ମନ୍ଦିର ରହିଛି ଯେଉଁଠି ଫଳ କିମ୍ବା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଭୋଗ ଲାଗିବା ବଦଳରେ ପଥର ଭୋଗ ଲାଗିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: