ତ୍ୱିତୀୟ ଅପେକ୍ଷା ମାରାତ୍ମକ ନୁହେଁ ତୃତୀୟ ଲହର: ICMR

ତ୍ୱିତୀୟ ଅପେକ୍ଷା ମାରାତ୍ମକ ନୁହେଁ ତୃତୀୟ ଲହର: ICMR

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦ୍ୱିତୀୟ ଲହର ଭଳି ମାରାତ୍ମକ ହେବନି ତୃତୀୟ ଲହର। ଏଭଳି ସୂଚନା ଦେଇଛି ଆଇସିଏମଆର। ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ତୃତୀୟ ଲହର ଆସିବ ସେଥିରେ ଡେଲଟା ପ୍ଲସ ଭାରିଆଣ୍ଟ ମୁଖ୍ୟ କାରକ ହୋଇପାରେ । କିନ୍ତୁ ଆଇସିଏମର ରିସର୍ଚ୍ଚ କହୁଛି, ଦ୍ୱିତୀୟ ଲହର ଭଳି ମାରାତ୍ମକ ହୋଇ ନପାରେ ତୃତୀୟ ଲହର । ସେତେଟା ଗମ୍ଭୀର ସ୍ଥିତି ସୃଷ୍ଟି ହୋଇ ନପାରେ।
ଗତ ଏପ୍ରିଲ-ମେ’ରେ ଦେଶରେ କୋରୋନାର ଦ୍ୱିତୀୟ ଲହର ସାଙ୍ଘାତିକ ରୂପ ଧାରଣ କରିଥିଲା। ପ୍ରତିଦିନ ସଂକ୍ରମଣ ଓ ମୃତ୍ୟୁହାର ନୂଆ ନୂଆ ରେକର୍ଡ କରୁଥିଲା। ଏହାପରେ ସଂକ୍ରମଣ ପିକ୍ କୁ ଯାଇ ପୁଣି ଖସିବା ଆରମ୍ଭ କରିଥିଲା। ଏବେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ସେଥିପାଇଁ ଦେଶବ୍ୟାପୀ ଅଧିକରୁ ଅଧିକ ଟିକାକରଣ ଅଭିଯାନ ଚାଲିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: