ଅଦ୍ଭୁତ ପବ୍ ଛାତ ଓ କାନ୍ଥରେ ଝୁଲୁଛି ବିଡ଼ା ବିଡ଼ା ଅସଲି ନୋଟ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁନିଆରେ କିଛି ଅଦ୍ଭୁତ ସ୍ଥାନ ଅଛି। ଯାହା ବିଷୟରେ ଜାଣିବା ପରେ, ଲୋକମାନେ ଆଶ୍ଚର୍ଯ୍ୟ ନହୋଇ ରହି ପାରନ୍ତି ନାହିଁ। ତେବେ ପେନ୍ସାକୋଲା ଫ୍ଲୋରିଡାରେ ଅବସ୍ଥିତ ମ୍ୟାକଗୁଏର୍ ପବ୍ ମଧ୍ୟ ସେହି ଅଜବ ସ୍ଥାନ ମଧ୍ୟରୁ ଗୋଟିଏ। ଏହି ପବ୍ ର ସାଜସଜ୍ଜା ଏହାକୁ ସବୁଠାରୁ ସ୍ୱତନ୍ତ୍ର ଏବଂ ଅନନ୍ୟ କରିଥାଏ । ଏହାର ଭିନ୍ନତା ଲୋକଙ୍କୁ ଏଠାକୁ ଟାଣି ଆଣିଥାଏ। ପବକୁ ଲୋକମାନେ ଟଙ୍କା ଦେଖିବାକୁ ଆସନ୍ତି । ଏହାର ସାଜସଜ୍ଜା ଟଙ୍କାରେ ହୋଇଥାଏ। ମ୍ୟାକଗୁଏର ପବ୍ ଛାତରେ ଲକ୍ଷ ଲକ୍ଷ ମୂଲ୍ୟର ନୋଟ୍ ଝୁଲୁଛି। ତେବେ ଏତେ ସଂଖ୍ୟକ ଅସଲି ଟଙ୍କା ଖୋଲାରେ ଝୁଲୁଥିବା ଦେଖି, ଯେ କେହିବି ଚୋରି କରିବା କଥା ଚିନ୍ତା କରି ପାରନ୍ତି। କିନ୍ତୁ ଏଠାରୁ ଟଙ୍କାଟିଏ ବି ଚୋରି କରିବା କଷ୍ଟକର ଏବଂ ଚୋରି ପରେ ମଧ୍ୟ ସେହି ଟଙ୍କାକୁ ଖର୍ଚ୍ଚ କରିବା ଆହୁରି କଷ୍ଟକର। ହଁ, ଏହି ନୋଟଗୁଡିକ ସଂପୂର୍ଣ୍ଣ ଅସଲି ଅଟେ।
ମ୍ୟାକଗୁଏରର ଏହି ଇଂରେଜ୍ ପବ୍ ଫ୍ଲୋରିଡାଠାରେ ଅଛି। ଫ୍ଲୋରିଡାର ପେନ୍ସାକୋଲାର କେତେକ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ମଧ୍ୟରେ ଏହା ଗଣାଯାଏ।ଲୋକମାନେ ଏହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି। ଏହାର କାରଣ ହେଉଛି ଏଠାରେ ଉତ୍ତମ ସେବା ଯୋଗାଇ ଦେବା ସହ ପ୍ରାୟ ୨୦ ଲକ୍ଷ (ଦୁଇ ମିଲିୟନ୍ ଡଲାର୍) ଅସଲି ନୋଟ୍ ଏଠାରେ ଝୁଲୁଛି। ଅନନ୍ୟ ସାଜସଜ୍ଜା ହେତୁ ଏହି ପବଟି ଫ୍ଲୋରିଡା ଏବଂ ବାହାରେ ବେଶ୍ ଚର୍ଚ୍ଚାରେ ରହିଥାଏ। ଏହି ପବ୍ ୧୫୦୦୦ ବର୍ଗଫୁଟ ସ୍ଥାନରେ ନିର୍ମାଣ ହୋଇଛି। ଏହି ସମଗ୍ର ଅଞ୍ଚଳର ଛାତରେ ନୋଟ୍ ଝୁଲୁଥିବାର ଦେଖାଯାଉଛି। ତେବେ ଛତା ସହିତ କାନ୍ଥରେ ମଧ୍ୟ ନୋଟ୍ ଲାଗିଛି। ୧୯୯୯ ରେ, ପବ୍ ର ମାଲିକ କହିଥିଲେ ଯେ ସେ ଏହି ଡଲାରର ମୂଲ୍ୟ ଅନୁଯାୟୀ ଟ୍ୟାକ୍ସ ଦିଅନ୍ତି। ସେମାନେ ଏହାକୁ ଏକ ସମ୍ପତ୍ତି ପରି ବ୍ୟବହାର କରନ୍ତି ଏବଂ ଏହାର ପ୍ରତିବଦଳରେ ଋଣ ମଧ୍ୟ ନେଇହୁଏ।
ଫ୍ଲୋରିଡାର ଏହି ପବ୍ ରେ କେବଳ ସାଜସଜ୍ଜା ପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ୧ଲକ୍ଷ ୭୫ ହଜାର ଆମେରିକୀୟ ଡଲାର ଲଗା ଯାଇଛି। ତେବେ ଏଠାକୁ ଆସୁଥିବା ଲୋକମାନେ ନିଶ୍ଚିତ ଭାବରେ ଏହି ଟଙ୍କାକୁ ଘରକୁ ନେବାକୁ ଚିନ୍ତା କରିଥାଆନ୍ତି, କିନ୍ତୁ ସେମାନେ ତାହା କରନ୍ତି ନାହିଁ। ଯଦିଓ ପୂର୍ବରୁ ଏଠାରେ ଥରେ ଚୋରି ହୋଇଛି। ପବ୍ ର ଜଣେ କର୍ମଚାରୀ ଏଠାରୁ କାନ୍ଥରେ ଲାଗିଥିବା ୫୦୦୦ ଆମେରିକୀୟ ଡଲାର୍ ନେଇଯାଇଥିଲେ। ଅନେକ ଲୋକ ଏଥିରୁ ନୋଟ୍ ବାହାର କରି ବ୍ୟବହାର କରିବାକୁ ଚେଷ୍ଟା କରିଛନ୍ତି। ଚୋରି ହୋଇଥିବା ନୋଟଗୁଡ଼ିକୁ ବଜାରରେ ଚଳାଇବା କଷ୍ଟକର ହୋଇଥାଏ । କାରଣ ନୋଟ୍ ଗୁଡିକରେ ତାରିଖ ଏବଂ ଦସ୍ତଖତ ରହିଥାଏ। ଏପରି ପରିସ୍ଥିତିରେ, କଳା ମାର୍କର ସହିତ ଲେଖାଯାଇଥିବା ନୋଟଗୁଡିକ ସହଜରେ ଚିହ୍ନି ହୁଏ ଏବଂ ଏହାକୁ ବଜାରରେ ଖର୍ଚ୍ଚ କରିବା କଷ୍ଟକର ହୋଇଯାଏ । ପବର ଏହି ଭିତିରି କଥା ସମସ୍ତଙ୍କୁ ଜଣା। ଏଭଳି ପରିସ୍ଥିତିରେ ପୋଲିସ ଚୋରି ହୋଇଥିବା ନୋଟଗୁଡ଼ିକୁ ମଧ୍ୟ ଫେରାଇ ଆଣିଛି। ଏହି ପବର ସଫଳତା ପରେ ମ୍ୟାକଗୁଏରିନ୍ ଫ୍ଲୋରିଡାର ଡେଷ୍ଟିନରେ ଦ୍ୱିତୀୟ ରେଷ୍ଟୁରାଣ୍ଟ ଖୋଲିଛନ୍ତି ସେଥିରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଝୁଲା ହୋଇଛି।

Leave a Reply

Your email address will not be published. Required fields are marked *