କେନ୍ଦ୍ର ବଜେଟ୍ ୨୦୨୨: ହୀରା ଗହଣା କିଣିବା ହେବ ଶସ୍ତା

କେନ୍ଦ୍ର ବଜେଟ୍ ୨୦୨୨: ହୀରା ଗହଣା କିଣିବା ହେବ ଶସ୍ତା

ପ୍ରିଜମ ନ୍ୟୁଜ ବ୍ୟୁରୋ:ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଆଜି ବଜେଟ୍ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାଦ୍ବାରା ହୀରା ଗହଣା ଶସ୍ତାହେବ। ଏହାସହ କୃଷି ଉପକରଣ, ମୋବାଇଲ୍ ଚାର୍ଜର୍, ଚମଡ଼ା ସାମଗ୍ରୀ,ବିଦେଶରୁ ଆମଦାନୀ ମେସିନ୍‌, ଷ୍ଟିଲ୍ ଶସ୍ତା ହେବ । କୃଷି ଉପକରଣ ଶସ୍ତା ହେବା ଦ୍ୱାରା କୃଷକଙ୍କୁ ଅନେକ ଫାଇଦା ମିଳିପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଖାଲି ସେତିକି ନୁହେଁ ଏଣିକି କପଡ଼ା, ବିଦ୍ୟୁତ୍ ଟ୍ରାନ୍ସଫର୍ମର୍ ସାମଗ୍ରୀ ଶସ୍ତା ହେବ । ସେହିପରି ନକଲି ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୪୦୦ ଟଙ୍କା ପ୍ରତି କିଲୋ ରହିବା ଦ୍ଵାରା ତାହା କିଣିବା ଏବେ ମହଙ୍ଗା ହେବ । ସେହିପରି ଛତା, କ୍ୟାପିଟାଲ ଗୁଡ୍ସ,ଇମିଟେସନ୍ ଜୁଏଲାରୀ ମହଙ୍ଗା ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: