ବଜେଟ୍  ରେ ଏସବୁ ସାମଗ୍ରୀ ଶସ୍ତା

ବଜେଟ୍ ରେ ଏସବୁ ସାମଗ୍ରୀ ଶସ୍ତା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଚତୁର୍ଥ ବଜେଟ ଉପସ୍ଥାପନ କରିଛନ୍ତି। ତେବେ ଚଳିତ ବର୍ଷ ବଜେଟ୍‌ରେ ଅନେକ ସାମଗ୍ରୀ ଶସ୍ତା ଓ ମହଙ୍ଗା ହୋଇଛି। ପୋଷାକ , ଚମଡ଼ା ସାମଗ୍ରୀ, ବିଦେଶରୁ ଆସୁଥିବା ଯନ୍ତ୍ର, ଚାଷ ଉପକରଣ, ମୋବାଇଲ ଚାର୍ଜର, ଯୋତା ଚପଲ, ହୀରା ଅଳଙ୍କାର, ପ୍ୟାକେଜିଂ ବାକ୍ସ,ରତ୍ନ ଏବଂ ଅଳଙ୍କାର ଅଦି ଶସ୍ତା ହେବ। ଅନ୍ୟପକ୍ଷେ ବିଦେଶରୁ ଆସୁଥିବା ଛତା, କ୍ୟାପିଟାଲ ଗୁଡସ୍‌, ମିଶ୍ରିତ ଇନ୍ଧନ, ଇମିଟେଶନ ଅଳଙ୍କାର ଆଦି ମହଙ୍ଗାରେ ମିଳିବ। ବଜେଟରେ ସରକାର ରତ୍ନ ଏବଂ ଅଳଙ୍କାର ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିଛନ୍ତି। କଷ୍ଟମ ଡ୍ୟୁଟି ୫ ପ୍ରତିଶତ ହ୍ରାସ କରାଯାଇଛି। ଏହା ବ୍ୟତୀତ ସରକାର କଟା ଏବଂ ପଲିସ ହୋଇଥିବା ହୀରା ଉପରେ କଷ୍ଟମ ଡ୍ୟୁଟି ମଧ୍ୟ ୫ ପ୍ରତିଶତ ହ୍ରାସ କରିଛନ୍ତି। ଇସ୍ପାତ ସ୍କ୍ରାପ ଉପରେ କଷ୍ଟମ ଡ୍ୟୁଟି ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏଥିସହିତ ମେନ୍ଥା ଅଏଲ ଉପରେ କଷ୍ଟମ ଡ୍ୟୁଟି କମ୍‌ ହୋଇଛି। ସେହିପରି ବଜେଟରେ କ୍ୟାପିଟାଲ ଗୁଡସ୍‌ର ଆମଦାନୀ ଶୁଳ୍କ ଉପରେ କଷ୍ଟମ ଡ୍ୟୁଟି ୭.୫ ପ୍ରତିଶତ କରାଯାଇଛି। ଏହା ବ୍ୟତୀତ ଇମିଟେଶନ ଅଳଙ୍କାର ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି ହୋଇଛି । ବିଦେଶୀ ଛତା ଉପରେ ଶୁଳ୍କ ୨୦ ପ୍ରତିଶତ ବୃଦ୍ଧି ହେବା ସହିତ ମିଶ୍ରିତ ଇନ୍ଧନ କ୍ଷେତ୍ରରେ କଷ୍ଟମ ଡ୍ୟୁଟିକୁ ବଢାଇ ଦିଆଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: