କେନ୍ଦ୍ର ବଜେଟ ଚାଷ ଓ ଚାଷୀଙ୍କୁ ଗୁରୁତ୍ଵ

କେନ୍ଦ୍ର ବଜେଟ ଚାଷ ଓ ଚାଷୀଙ୍କୁ ଗୁରୁତ୍ଵ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଜି ସଂସଦରେ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ବଜେଟରେ କୃଷି ଓ କୃଷକଙ୍କୁ ଗୁରୁତ୍ଵ ଦିଆଯାଇଛି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ଗହମ ଓ ଧାନ କିଣିବା ଲାଗି ସରକାର ୨.୩୭ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ରଖିଛନ୍ତି।୨୦୨୨-୨୩ ବର୍ଷକୁ ଅନ୍ତର୍ଜାତୀୟ ବାଜରା ବର୍ଷ ଭାବେ ଘୋଷଣା କରାଯାଇଛି। ଏମଏସଏମଇ ଓ କ୍ଷୁଦ୍ରଚାଷୀଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀର ପରିବହନ ଲାଗି ଭାରତୀୟ ରେଳ ନୂତନ ବ୍ୟବସ୍ଥା ବିକଶିତ କରିବ। ଖାଇବା ତେଲ ଆମଦାନି କମାଇବା ଲାଗି ଦେଶରେ ତୈଳବୀଜ ଉତ୍ପାଦନ ବୃଦ୍ଧି ଲାଗି ଏକ ପ୍ରୋତ୍ସାହନମୂଳକ ଯୋଜନା ହାତକୁ ନେବେ ସରକାର।କୃଷି କ୍ଷେତ୍ରରେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯିବ। କ୍ଷେତରେ କୀଟନାଶକ ପ୍ରୟୋଗ, ଜମି ମାପଚୁପ, ଶସ୍ୟ ପରିମାଣ ଆକଳନ ଲାଗି ‘କିଷାନ୍ ଡ୍ରୋନ୍’ ଉପଯୋଗ ହେବ। ନଦୀ ସଂଯୋଗ ଯୋଜନାରେ ୫ଟି ନଦୀର ସଂଯୋଗ ଲାଗି ଚିଠାପ୍ରସ୍ତାବ ଚୂଡ଼ାନ୍ତ ହୋଇଛି। କେନ୍ ବେଟୱା ନଦୀ ସଂଯୋଗ ପ୍ରକଳ୍ପ ଲାଗି ୪୪,୬୦୫ କୋଟି ବ୍ୟୟ ବରାଦ କରାଯାଇଛି।ଏହାସହ ଗଙ୍ଗା କରିଡରରେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦିଆଯିବ ବୋଲି ଆଜିର ବଜେଟରେ କୁହାଯାଇଛି। ବିଭିନ୍ନ ମନ୍ତ୍ରାଳୟ ପକ୍ଷରୁ କୃଷିଜାତ ସାମଗ୍ରୀ କ୍ରୟ ସମୟରେ ଇ-ବିଲ୍ ବ୍ୟବସ୍ଥା ଲାଗୁ ହେବ। ସଂପୂର୍ଣ୍ଣ କାଗଜ ମୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଯେଉଁ କୃଷକମାନେ ଏଗ୍ରୋ-ଫରେଷ୍ଟ୍ରିକୁ ଗୁରୁତ୍ବ ଦେବେ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: