ପାଣି ବଦଳରେ ନଦୀରେ ହଠାତ୍ ପ୍ରବାହିତ ହେଲା କ୍ଷୀର, ଲୋକମାନେ କିଛି ଏପରି କଲେ

ପାଣି ବଦଳରେ ନଦୀରେ ହଠାତ୍ ପ୍ରବାହିତ ହେଲା କ୍ଷୀର, ଲୋକମାନେ କିଛି ଏପରି କଲେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ହୁଏତ ଆଜି ପର୍ଯ୍ୟନ୍ତ କ୍ଷୀର ପ୍ରବାହିତ ନଦୀ ବିଷୟରେ କୌଣସି କାହାଣୀ ବା ପୁରାଣରେ ଶୁଣିଥିବେ। କିନ୍ତୁ ବ୍ରିଟେନର ୱେଲ୍ସରେ ରହୁଥିବା ଲୋକମାନେ ଏହାକୁ ପ୍ରତ୍ୟକ୍ଷ ଭାବେ ଦେଖିଛନ୍ତି। ଆଶ୍ଚର୍ଯ୍ୟ
ଲାଗିଲେବି କଥାଟା ସତ। ୧୫ ଏପ୍ରିଲରେ ୱେଲ୍ସରେ ପ୍ରବାହିତ ଦୁଲାଇସ୍ ନଦୀର ଜଳ ହଠାତ୍ ଧଳା ହୋଇଯାଇଥିଲା। ପାଣି ବଦଳରେ ନଦୀରେ କ୍ଷୀର ପ୍ରବାହିତ ହେଉଥିବାର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାସ୍ତବରେ ନଦୀ ନିକଟରେ ଦୁର୍ଘଟଣା ଘଟି କ୍ଷୀରରେ ପରିପୂର୍ଣ୍ଣ ଏକ ଟ୍ରକ୍ ଓଲଟି ପଡିଥିଲା, ଯେଉଁଥିପାଇଁ ସମସ୍ତ କ୍ଷୀର ନଦୀରେ ବୋହି ଯାଇଥିଲା। ଏହି କାରଣରୁ ନଦୀର ଜଳ ଧଳା ହୋଇଥିଲା।

 ୟୁକେର ଏହି କ୍ଷୀର ନଦୀର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ୧୫ ଏପ୍ରିଲ ସନ୍ଧ୍ୟାରେ କାର୍ମାର୍ଟେନଶାୟରରେ କ୍ଷୀରରେ ଭର୍ତ୍ତି ଏକ ଟ୍ରକ ଓଲଟି ପଡିଥିଲା। ଏହି କାରଣରୁ ସେଥିରେ ଥିବା କ୍ଷୀର ସବୁଆଡେ ବିଛାଡି ହୋଇ ପଡିବା ସହ ସମସ୍ତ କ୍ଷୀର ଯାଇ ନଦୀରେ ମିଶିଥିଲା। ଏହି କାରଣରୁ ସମଗ୍ର ନଦୀ ଧଳା ହୋଇଯାଇଥିଲା। ପ୍ରାକୃତିକ ସମ୍ବଳ ୱେଲ୍ସ (NRW) କ୍ଷୀରର ଗୁଣବତ୍ତା ବିଷୟରେ କିଛି କହି ନଥିବା ବେଳେ କ୍ଷୀର କାରଣରୁ ନଦୀର ଜଳ ଧଳା ହୋଇଥିବା କଥା ନିଶ୍ଚିତ କରିଛି।

ତେବେ ଦୁଲାଇସ୍ ନଦୀରେ ଧଳା ଜଳ ଦୀର୍ଘ ସମୟ ଧରି ପ୍ରବାହିତ ହେଉଥିଲା। ନଦୀର ଜଳ କିପରି ଧଳା ହୋଇଗଲା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଏହା କୌଣସି ଈଶ୍ୱର ଶକ୍ତି ଦ୍ଵାରା ହୋଇପାରେ ବୋଲି କିଛି କ୍ଷଣ ଭାବି ନେଇଥିଲେ।ଏହାପରେ ଲୋକମାନେ ବାଲ୍ଟି ଏବଂ ବିଭିନ୍ନ ବାସନରେ କ୍ଷୀର ସଂରକ୍ଷଣ କରିଥିବାର ଦେଖାଯାଇଥିଲା। କିନ୍ତୁ ଏହାର ଗୁଣବତ୍ତା ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା। ଅନେକ ଲୋକ ପ୍ରଥମେ ଏହାକୁ ଏକ ଚମତ୍କାର ବୋଲି ଭାବିଥିଲେ। ତେବେ ପରେ ଯେତେବେଳେ ନଦୀର ଜଳ ଧଳା ହୋଇଗଲା ସମସ୍ତେ ସତ ଜାଣି ପାରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: