ଏହି ସ୍ଥାନରେ ମଦ ପିଇ ଲୋକ କମାନ୍ତି ଲକ୍ଷ ଲକ୍ଷ ଟଙ୍କା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ କେବେ ଶୁଣିଛନ୍ତି କି ଅଧିକ ମଦ୍ୟପାନ କରିବା ବଦଳରେ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା କଥା। କଥାଟା ଶୁଣିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ। କିନ୍ତୁ, ଚାଇନାରେ ଏହି ଭଳି ସତସତିକା ଘଟଣା ଘଟୁଛି। ଲାଇଭଷ୍ଟ୍ରିମ ମାଧ୍ୟମରେ ଲୋକମାନେ ଅଧିକ ମଦ୍ୟପାନ କରନ୍ତି ଏବଂ ପ୍ରଚୁର ପରିମାଣରେ ରୋଜଗାର କରନ୍ତି।
ଆମେ ସମସ୍ତଙ୍କୁ ଜଣା ଯେ ଆଜିକାଲି ଦୁନିଆରେ ଅନଲାଇନ୍ ର ପ୍ରବାହ ବହୁତ ବୃଦ୍ଧି ପାଇଛି। ଏହା ଦ୍ବାରା ଲୋକଙ୍କ ଜୀବନ କ୍ରମାଗତ ଭାବରେ ବଦଳୁଛି। କିଛି ଲୋକଙ୍କ ଜୀବନରେ ଉନ୍ନତି ଆସୁଥିବା ବେଳେ ଆଉ କେତେକ ଲୋକଙ୍କ ଜୀବନ ନଷ୍ଟ ହୋଇଯାଉଛି। ଏହିଭଳି ଏକ ମାମଲା ଚୀନରୁ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି। ଆଜିକାଲି ଚାଇନାରେ ଲୋକମାନେ ଲାଇଭଷ୍ଟ୍ରିମରେ ଅତ୍ୟଧିକ ମଦ୍ୟପାନ କରୁଛନ୍ତି।

ଖବର ଅନୁଯାୟୀ, ଅନେକ ଲୋକ ଲାଇଭ୍ ହୋଇ ବିୟର, ହ୍ୱିସ୍କି, ୱାଇନ ଏବଂ ଅନ୍ୟାନ୍ୟ ମଦ୍ୟପାନ କରନ୍ତି। ଏବଂ ଏହାପରେ ତାଙ୍କ ପ୍ରଶଂସକମାନଙ୍କୁ ଖୁବ୍ ମନୋରଞ୍ଜନ କରାନ୍ତି। ଯେଉଁଥିପାଇଁ ସେମାନଙ୍କର ଲୋକପ୍ରିୟତା ବୃଦ୍ଧି ପାଉଛି ଏବଂ ସେମାନେ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଅନେକ ଲୋକ ଏପରି କରି ଲକ୍ଷ ଲକ୍ଷ ସଂଖ୍ୟାରେ ନିଜ ଫ୍ୟାନ ତିଆରି କରି ପାରିଛନ୍ତି। କୁହାଯାଉଛି ଯେ, ଏପରି ଲୋକମାନେ ସପ୍ତାହରେ ଚାରିରୁ ପାଞ୍ଚ ଥର ଲାଇଭ ଆସନ୍ତି ଏବଂ ମଦ୍ୟପାନ କରି ନିଜ ଫ୍ୟାନମାନଙ୍କୁ ମନୋରଞ୍ଜନ କରନ୍ତି। ସବୁଠୁ ବଡ କଥା ହେଉଛି ଏହା କରି ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତେବେ ଏହା କଳାକାରଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଉଛି ବୋଲି କୁହାଯାଉଛି। ଅତୀତରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ଏହି କାରଣରୁ ହୋଇଛି। ଗତ ବର୍ଷ ଚୀନ୍ ପ୍ରଶାସନ ଲୋକଙ୍କ ସୁବିଧାକୁ ନଜରରେ ରଖି କିଛି ଭିଡିଓ ଉପରେ ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ, ପୁଣି ଥରେ ଏହିପରି ମାମଲା ଏବେ ଚର୍ଚ୍ଚାରେ ରହିଛି।

Leave a Reply

Your email address will not be published. Required fields are marked *