ବ୍ରହ୍ମଗିରି ନାଥପୁର ଗାଁରେ ସିରିଜ୍‌ ବୋମାମାଡ଼ ଘଟଣା: ଗାଁରେ ନାହାନ୍ତି ଗୋଟିଏ ବି ପୁରୁଷ!

ପ୍ରିଜମ ନ୍ୟୁଜ ବ୍ୟୁରୋ: ସିରିଜ୍‌ ବୋମାମାଡ଼ ପରେ ପୁରୁଷଶୂନ୍ୟ ହୋଇ ପଡ଼ିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ନାଥପୁର ଗାଁ। ଗୋଚର ଜମିକୁ ନେଇ ଗତ କାଲି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ୨୦ ରୁ ଅଧିକ ବୋମା ମାଡ଼ ହୋଇଥିଲା। ଏଥିରେ ୩୦ ରୁ ଅଧିକ ଘର ଜଳିଯାଇଥିଲା। ଏହି ସିରିଜ୍‌ ବୋମାମାଡ଼ ଘଟଣା ପରେ ଗିରଫଦାରି ଭୟରେ ଗାଁ ଏବେ ପୁରୁଷଶୂନ୍ୟ ହୋଇଯାଇଛି । ବର୍ତ୍ତମାନ ସେଠାକାର ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୁରୀ ଜିଲ୍ଲାପାଳ କହିଛନ୍ତି । ପରିସ୍ଥିତିକୁ ନଜରରେ ରଖି ଗାଁରେ ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି । ତେବେ ଆଜି ନାଥପୁର ଗାଁର ଯାଞ୍ଚ ସମୟରେ ୧୦ରୁ ଅଧିକ ଅଫୁଟା ବୋମା ମିଳିଛି । ବୋମାମାଡ଼ରେ ଘର ପୋଡ଼ି ଯାଇଥିବା କ୍ଷତିଗ୍ରସ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ତେବେ ଆଇନକୁ ହାତକୁ ନେଇଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି। ଘଟଣାର ତଦନ୍ତ ପାଇଁ ୨ଟି ଟିମ୍‌ ଗଠନ କରାଯାଇଛି । ଗଣ୍ଡଗୋଳ କରିଥିବା ଅଭିଯୋଗରେ କିଛି ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *