ଦୁନିଆର ସବୁଠୁ ଦାମୀ ବିରିୟାନୀ, ଗୋଟିଏ ପ୍ଲେଟ୍ ଖାଇବାକୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡେ ଜାଣନ୍ତୁ…

ଦୁନିଆର ସବୁଠୁ ଦାମୀ ବିରିୟାନୀ, ଗୋଟିଏ ପ୍ଲେଟ୍ ଖାଇବାକୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡେ ଜାଣନ୍ତୁ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିରିୟାନୀ କଥା ଉଠିଲେ ପାଟିରୁ ଲାଳ ବାହାରି ଯାଏ। ଭାରତ ସମେତ ଅନେକ ଦେଶର ଲୋକଙ୍କ ପ୍ରିୟ ଖାଦ୍ୟ ବିରିୟାନୀ । ଏହାର ସ୍ବାଦ ଓ ପ୍ରକାର ଅନୁଯାୟୀ ଦାମ ଭିନ୍ନ ଭିନ୍ନ ରହିଥାଏ । ତଥାପି ଅତିରୁ ଅତି ବେଶି ହେଲେ ଆପଣ ଗୋଟିଏ ପ୍ଲେଟ ବିରିୟାନୀକୁ ୨୦୦୦ ବା ୩୦୦୦ ହଜାର ଟଙ୍କା ଦେଇ ଖାଇଥିବେ। ହେଲେ କେବେ ଭାବିଛନ୍ତି କି ଗୋଟିଏ ପ୍ଲେଟ୍ ବିରିୟାନୀର ଦାମ୍ ୨୦,୦୦୦ ଟଙ୍କା ହେବ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ବିରିୟାନୀ କଥା କହିବାକୁ ଯାଉଛୁ, ଯାହାର ଲୁକ୍‌ ଯେମିତି ସ୍ବାଦ ବି ସେତିକି ଆକର୍ଷଣୀୟ ଆଉ ତାର ଦାମ୍ ଶୁଣିଲେ ହୋସ ଉଡିଯିବ। ଏହି ବିରିୟାନୀ ପୃଥିବୀର ସବୁଠାରୁ ମହଙ୍ଗା ବିରିୟାନୀ ଭାବେ ପରିଚିତ। ଯାହାର ଗୋଟିଏ ପ୍ଲେଟ୍‌ର ମୂଲ୍ୟ ୨୦,୦୦୦ ଟଙ୍କା । ଏହାକୁ ଦୁବାଇର ଏକ ରେଷ୍ଟୁରାଣ୍ଟ ପ୍ରସ୍ତୁତ କରୁଛି। ରେଷ୍ଟୁରାଣ୍ଟର ନାମ ହେଉଛି ‘ବମ୍ବେ ବୋରୋ’।

ଖବର ମୁତାବକ, ରେଷ୍ଟୁରାଣ୍ଟର ପ୍ରଥମ ବାର୍ଷିକୀ ଅବସରରେ ଏହାର ମାଲିକ ଉକ୍ତ ବିରିୟାନୀକୁ ମେନ୍ୟୁରେ ସାମିଲ କରିଥିଲେ । ତେବେ ଏହି ବିରିୟାନୀକୁ ଜଣେ ଖାଇବା ସମ୍ଭବ ନୁହେଁ । ଏହାକୁ ଏକାଥରେ ୬ ଜଣ ଖାଇପାରିବେ । ଏହି ବିରିୟାନୀକୁ ରୟାଲ ବିରିୟାନୀ ନାମରେ ନାମିତ କରାଯାଇଛି । ଯାହାକୁ ୨୩ କ୍ୟାରେଟ୍‌ ଖାଇବା ସୁନାରେ କୋଟେଡ କରାଯାଇଥାଏ । ଏହି ବିରିୟାନୀରେ କଶ୍ମିରୀ ମଟନ କବାବ, ପୁରୁଣା ଦିଲ୍ଲୀ ମଟନ୍‌ ଚପ୍ସ, ରାଜପୁତ ଚିକେନ୍‌ର କବାବ, ମୁଗଲାଇ କୋଫ୍‌ତେ ଏବଂ ମଲାଇ ଚିକେନ୍‌ ଆଦି ସାମଗ୍ରୀ ମିଶାଯାଇଥାଏ। ଏହି ବିରିୟାନୀ ସହ ବିଭିନ୍ନ ପ୍ରକାରର ରାଇତା, କରି ଏବଂ ସସ୍‌ ବି ଦିଆଯାଇଥାଏ । ତେବେ ଏହି ବିରିୟାନୀ ପାଇଁ ନିଜେ ଗ୍ରାହକ ଚାଉଳ ଚୟନ କରି ପାରିବେ । ତେବେ ଏନେଇ ରେଷ୍ଟୁରାଣ୍ଟ ମାଲିକ କୁହନ୍ତି ଆମେ ଗ୍ରାହକଙ୍କୁ ଖୁସି କରିବା ପାଇଁ ସବୁ ବର୍ଷ କିଛିନା କିଛି ନିଆରା କରିଥାଉ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: