ଶେଷ ହୋଇନି ଆତଙ୍କ’ରାଜ୍’, ଭାରତ ସୀମାରେ ନା’ପାକ୍ ସ୍ପାଏ

ଶେଷ ହୋଇନି ଆତଙ୍କ’ରାଜ୍’, ଭାରତ ସୀମାରେ ନା’ପାକ୍ ସ୍ପାଏ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଜମ୍ମୁ କାଶ୍ମୀର ବାରମୂଲାରେ ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସିଆପିଏଫ ଓ ପୋଲିସ ଟିମ୍ ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି। ଫେରାର ହୋଇଥିବା ଆତଙ୍କବାଦୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଆଜିଠାରୁ ପରୀକ୍ଷା ମୂଳକ ଭାବରେ 4G ମୋବାଇଲ ଇଣ୍ଟରନେଟ ସେବା ଆରମ୍ଭ ହୋଇଛି। ସେପଟେ ଆତଙ୍କବାଦୀଙ୍କ ସହାୟତା ପାଇଁ ଭାରତ ସୀମାରେ ସ୍ପାଏ ମୁତୟନ କରିବାକୁ ପାକିସ୍ତାନ ନୂଆ ଚାଲ୍ କରିଛି। ଚୀନର ସହାୟତାରେ ଭାରତୀୟ ସେନା ଗତିବିଧି ଉପରେ ନଜର ରଖିବା ପାଇଁ ପାକିସ୍ତାନ ଚୀନଠାରୁ ବେଲୁନ୍ ୱାର୍ଣ୍ଣ ସ୍ପାଏ ରାଡାର କିଣିଛି। ଏହି ରାଡାରକୁ LoCରେ ମୁତୟନ କରି ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି ପାକିସ୍ତାନ। ଏହାସହ ସୀମାରେ ଭାରତୀୟ ସେନାର ଗତିବିଧି ଉପରେ ଏହି ରାଡାର ନଜର ରଖିବ। କେବଳ ଏତିକି ନୁହେଁ, ଚୀନଠାରୁ ପାକିସ୍ତାନ 236, SH-15 ହାୱିଜର, M-11 ମିସାଇଲ, F-7P ଜେଟ, ହାଇ ଏଲଟିଚ୍ୟୁଡ ଡ୍ରେସ, ଟାଇପ- ୫୯ ଟ୍ୟାଙ୍କ, CH-4 ଡ୍ରୋନ, ୮୦ ହଜାର ରାଉଣ୍ଡ ଷ୍ଟିଲ ବୁଲେଟ ମଧ୍ୟ କ୍ରୟ କରିଛି। ସୀମାରେ ମୁତୟନ ପାଇଁ ପାକିସ୍ତାନ UAV CH-4 ମାନବବିହୀନ ଏୟାରକ୍ରାପ୍ଟ କିଣିବାକୁ ମଧ୍ୟ ଚୀନ ସହ ଡିଲ କରିସାରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: