ଘୁଞ୍ଚିବନି NEET ଓ JEE ପରୀକ୍ଷା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚଳିତ ବର୍ଷ ହେବ NEET ଓ JEE ପରୀକ୍ଷା। କୌଣସି ବି ପରିସ୍ଥିତିରେ ପରୀକ୍ଷା ଆଉ ଘୁଞ୍ଚାଯିବ ନାହିଁ। NEET ଓ JEE ପରୀକ୍ଷା ଘୁଞ୍ଚାଇବା ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍ ଅରୁଣ ମିଶ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ରାୟରେ କହିଛନ୍ତି, କୋରୋନା ଯୋଗୁ ଜୀବନ ଅଟକିଯିବ ନାହିଁ। ଆଗକୁ ଜୀବନ ଓ ଜୀବିକାର ଧାରା ବଜାୟ ରଖିବାକୁ ହେଲେ ଏଭଳି ବଡ଼ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ତେଣୁ କୋରୋନା ସତ୍ତ୍ବେ ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ମଧ୍ୟ ବିପଦଗ୍ରସ୍ତ କରାଯାଇପାରିବ ନାହିଁ। ତେବେ NTAର ନିଷ୍ପତ୍ତିରେ ସର୍ବୋଚ୍ଚ ହସ୍ତକ୍ଷେପ କରିବାକୁ ସିଧା ସିଧା ମନା କରି ଦେଇଛନ୍ତି। ଅର୍ଥାତ୍ NTA ନିଷ୍ପତ୍ତି ମୁତାବକ ଚଳିତ ବର୍ଷ NEET ଓ JEE ପରୀକ୍ଷା ହେବ।

Leave a Reply

Your email address will not be published. Required fields are marked *