କଙ୍ଗନାଙ୍କ ଟ୍ୱିଟର୍ ଆଜୀବନ ବ୍ୟାନ୍

ଟ୍ୱିଟରରୁ ବ୍ୟାନ୍ କରାଯିବା ପରେ ବି କଙ୍ଗନା ନରମି ନାହାନ୍ତି। ବରଂ ସେ ପ୍ରତିକ୍ରିୟା ରଖି ବର୍ଣ୍ଣବୈଷମ୍ୟ କଥା ଉଠାଇଛନ୍ତି, ଯାହାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି।

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମହଙ୍ଗା ପଡ଼ିଲା ପଶ୍ଚିମବଙ୍ଗ ଟ୍ୱିଟ୍। ରାଜ୍ୟରେ ସମ୍ପ୍ରତି ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଜିତିବା ପରେ କଙ୍ଗନା ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଦାବି କରିଥିଲେ। ଏହାସହ ଅନେକ ବିବାଦୀୟ ଟ୍ୱିଟ୍ ମଧ୍ୟ କରିଥିଲେ। ଲଗାତାର ଭାବେ କଙ୍ଗନା ଏଭଳି କରିବା ଯୋଗୁ ଟ୍ୱିଟର୍ ତାଙ୍କ ଆକାଉଣ୍ଟକୁ ଆଜୀବନ ବ୍ୟାନ୍ କରି ଦେଇଛି।

https://www.instagram.com/p/COcO8vyhlbG/

ଟ୍ୱିଟରର ଜଣେ ମୁଖପାତ୍ରଙ୍କ କହିବାନୁସାରେ, ମାଇକ୍ରୋ ବ୍ଲଗିଂ ସାଇଟର ନିୟମ ବିରୁଦ୍ଧରେ କେତେକ ପୋଷ୍ଟ କରିବା ପରେ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ୍‌ କରାଯାଇଛି। ନିୟମିତ ଭାବେ ସେ ଟ୍ୱିଟରର ନିୟମ ବିରୁଦ୍ଧରେ ଟ୍ୱିଟ୍ କରୁଥିଲେ। ତେଣୁ, ଟ୍ୱିଟର ଏଭଳି ନିଷ୍ପତ୍ତି ନେଇଛି। ସେପଟେ ଟ୍ୱିଟରରୁ ବ୍ୟାନ୍ କରାଯିବା ପରେ ବି କଙ୍ଗନା ନରମି ନାହାନ୍ତି। ବରଂ ସେ ପ୍ରତିକ୍ରିୟା ରଖି ବର୍ଣ୍ଣବୈଷମ୍ୟ କଥା ଉଠାଇଛନ୍ତି, ଯାହାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି।

Leave a Reply

Your email address will not be published. Required fields are marked *