ଘନ କଳା କେଶ ଆଉ ସୁନ୍ଦର ତ୍ଵଚା ପାଇଁ ଖାଆନ୍ତୁ ଅଁଳା

ଘନ କଳା କେଶ ଆଉ ସୁନ୍ଦର ତ୍ଵଚା ପାଇଁ ଖାଆନ୍ତୁ ଅଁଳା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଅଁଳା ପ୍ରକୃତିରାଣୀ ଅପୂର୍ବ ଦାନ । ଆମ ଶରୀର ପାଇଁ ଏହା କୌଣସି ବରଦାନ ଠାରୁ କମ୍ ନୁହେଁ | ଏହା ଭିଟାମିନ୍ -Cରେ ଭରପୂର । ବଜାରରେ ମିଳୁଥିବା ବିଭିନ୍ନ ପ୍ରସାଧନ ସାମଗ୍ରୀ ଠାରୁ ଆରମ୍ଭ କରି ଅନେକ ଦୁରାରୋଗ୍ୟ ଔଷଧ ଭାବେ ଅଁଳା ବ୍ୟବହୃତ ହୋଇଥାଏ | ଅଁଳା ଆମ ଚର୍ମ ଏବଂ କେଶ ପାଇଁ ବେଶ ଲାଭଦାୟକ | ଏହା ସହିତ ଯକୃତ ଜନିତ ସମସ୍ୟାରେ ପୀଡିତ ଲୋକମାନଙ୍କ ପାଇଁ ଅଁଳା ବହୁତ ଉପଯୋଗୀ ହୋଇଥାଏ |
ଯକୃତ ସମସ୍ୟା ଥିଲେ ଅଁଳା ସେବନ କରିବା ଦ୍ଵାରା ସୁଫଳ ମିଳିଥାଏ। ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ହେତୁ ଅନେକ ବିଶେଷଜ୍ଞ ଏବଂ ଡାକ୍ତର ମଧ୍ୟ ଯକୃତ ସମ୍ବନ୍ଧୀୟ ସମସ୍ୟା ଥିଲେ ଅଁଳା ସେବନ କରିବାକୁ ପରାମର୍ଶ ଦେଇଥାନ୍ତି | ଅଁଳା ଫ୍ୟାଟି ଲିଭର ପରି ସ୍ୱାସ୍ଥ୍ୟ ସମସ୍ୟା ହ୍ରାସ କରିବାରେ ସାହାଯ୍ୟ କରେ। ଭିଟାମିନ୍-ଏ, ଫାଇବର, ଫସଫରସ୍, କ୍ୟାଲସିୟମ୍, କାର୍ବୋହାଇଡ୍ରେଟ୍ ଏବଂ ଆଇରନ୍ ବହୁ ପରିମାଣରେ ଭାରତୀୟ ଅଁଳାରେ ମିଳିଥାଏ | ଯେଉଁ କାରଣରୁ ଆମର କେଶ ମଜଭୁତ ହେବା ସହ ମୁହଁରେ କୁଞ୍ଚନ ହୋଇନଥାଏ | ଅଁଳା ଚିର ଯୌବନ ପ୍ରଦାନ କରିଥାଏ କହିଲେ ଭୁଲ୍ ହେବନି। ତେବେ ଅଁଳାର ଉପଯୁକ୍ତ ଲାଭ ପାଇବା ପାଇଁ ଏହାକୁ କିପରି ବ୍ୟବହାର କରିବେ ଆସନ୍ତୁ ଜାଣିବା।
ଅଁଳା ଖଟା:-
ଯଦି ଆପଣ ଆଚାର ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ଏହାକୁ ଅନ୍ୟ ଆଚାର ବଦଳରେ ବ୍ୟବହାର କରି ପାରିବେ। ଏହା ପାଟିକୁ ସୁଆଦିଆ ଏବଂ ଦେହକୁ ହିତକାରୀ ମଧ୍ୟ । ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣଙ୍କ ଖାଦ୍ୟରେ ପୁଷ୍ଟିକର ଖାଦ୍ୟ ଅନ୍ତର୍ଭୁକ୍ତ କରିବା ପାଇଁ ଅଁଳା ଖଟା ସର୍ବୋତ୍ତମ ଉପାୟ ହୋଇଥାଏ |
କଳା ଲୁଣ ସହିତ କଞ୍ଚା ଅଁଳା:-
ଆମ ମଧ୍ୟରୁ ଅନେକେ ଲୁଣ ସହିତ ଖଟା ମିଠା ତେନ୍ତୁଳି ଏବଂ କଞ୍ଚା ଆମ୍ବ ଖାଇବାକୁ ଭଲ ପାଆନ୍ତି | ତେବେ ଅଁଳାର କସା ସ୍ୱାଦ ଯୋଗୁଁ ଆପଣ ଏହାକୁ କଳା ଲୁଣ ସହିତ ମଧ୍ୟ ଖାଇପାରିବେ | ଆପଣ ଏଥିରେ କିଛି ଧାନିଆ ଚଟଣୀ ଏବଂ ନାଲି ଚିଲି ମଧ୍ୟ ମିଶାଇ ପାରିବେ |
ଅଁଳା ଚା’
ପ୍ରତେକ ଦିନ ସବୁ ଘରେ ପ୍ରାୟ ଚା’ ହେଉଥିବ ନିଶ୍ଚେୟ | ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣ ଅଁଳା ଚା’ ବ୍ୟବହାର କରିପାରିବେ ଏବଂ ଅଁଳାକୁ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ | ଏଥିପାଇଁ ଆପଣଙ୍କୁ ଶୁଖିଲା ଅଁଳାକୁ କିଛି ମସଲା ସହିତ ରାତିରେ ପାଣିରେ ଭିଜାନ୍ତୁ | ପରଦିନ ସକାଳେ ଏହାକୁ ଭଲ ଭାବରେ ଫୁଟାଇ ଗ୍ରୀନ ଟି’ ପରି ସେବନ କରନ୍ତୁ |
ଅଁଳା ଜୁସ୍:-
ଅଁଳା ଖାଇବା ପାଇଁ ସବୁ ଠାରୁ ସହଜ ଉପାୟ ହେଉଛି ତାର ଜୁସ୍ ତିଆରି କରି ଏହାକୁ ପିଇବା | ଏହା ଦ୍ୱାରା ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଅଁଳା ରସରେ ଅଳ୍ପ ଲେମ୍ବୁ ମିଶାଇ ପିଲେ ସ୍ବାଦ ଭଲ ରହିଥାଏ । ଏହାସହ କଞ୍ଚା ଅଁଳା ଖାଇବା ଅଧିକ ଲାଭଦାୟକ ହୋଇଥାଏ।
ତାହାଲେ ଡେରି କାହିଁକି । ଆପଣ ବି ଏଥର ଆପଣଙ୍କ ପସନ୍ଦ ଅନୁସାରେ ଆଚାର, ଚା’ କିମ୍ବା ଜୁସ୍ କରି ଏହାକୁ ନିୟମିତ ସେବନ କରନ୍ତୁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: