କାଲିଠୁ ଉଚ୍ଚଶିକ୍ଷା ବିଭାଗର ଖରା ଛୁଟି

କାଲିଠୁ ଉଚ୍ଚଶିକ୍ଷା ବିଭାଗର ଖରା ଛୁଟି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କାଲିଠୁ ଉଚ୍ଚଶିକ୍ଷା ବିଭାଗର ଖରା ଛୁଟି। ଏଭଳି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ମେ’ ୫ ତାରିଖ ବୁଧବାର ଠାରୁ ଖରା ଛୁଟି ପାଇଁ ବନ୍ଦ ରହିବ। ଏହି ଛୁଟି ମେ’ ୩୧ରେ ଶେଷ ହେବ।

ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱ ବିଦ୍ୟାଳୟ ସହ ସରକାରୀ ଓ ଘରୋଇ କଲେଜକୁ ଚିଠି ଲେଖିଛନ୍ତି। ଖରା ଛୁଟି ସମୟରେ କୌଣସି ଅନଲାଇନ୍ କ୍ଲାସ ଏବଂ ପରୀକ୍ଷା ହେବ ନାହିଁ। ନିଯୁକ୍ତି ପାଇଁ ପୂର୍ବ ନିର୍ଦ୍ଧାରିତ ଭାଇବା ଏବଂ ଇଣ୍ଟରଭ୍ୟୁ ଜାରି ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: