ବଦଳିଲା ତୁର୍କୀର ନାମ

ବଦଳିଲା ତୁର୍କୀର ନାମ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଦଳିଛି ତୁର୍କୀର ନାମ। ଏବେ ଏହି ଦେଶ ‘ତୁର୍କିୟେ’ ନାମରେ ଜଣାଯିବ। ମିଳିତ ଜାତିସଂଘ ବୁଧବାର ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଗତ ଡିସେମ୍ବରରେ ତୁର୍କି ରାଷ୍ଟ୍ରପତି ରିସେପ୍‌ ତାଇପ ଏରଡଗାନ୍‌ ତାଙ୍କର ରିବ୍ରାଣ୍ଡିଂ ଅଭିଯାନ ଆରମ୍ଭ କରିଥିଲେ।ତୁର୍କୀ ଏକ ପକ୍ଷୀର ନାମ।

ତୁର୍କୀ ଶବ୍ଦକୁ ସେଠାକାର ସ୍ଥାନୀୟ ଭାଷା ଅନୁସାରେ ନେଗେଟିଭ୍‌ ଭାବେ ଗ୍ରହଣ କରାଯାଇଥାଏ । ଏହି କାରଣରୁ ସେଠାକାର ନାଗରିକ ୧୯୨୩ରେ ତୁର୍କୀର ସ୍ବାଧୀନତା ଘୋଷଣା ପରଠାରୁ ଏହାକୁ ‘ତୁର୍କିୟେ’ ଉଚ୍ଚାରଣ କରିଆସୁଛନ୍ତି । ଏରଡଗାନ୍‌ ଦୀର୍ଘ ସମୟରୁ ଅନ୍ତର୍ଜାତୀୟ ସ୍ତରରେ ‘ତୁର୍କିୟେ’କୁ ମାନ୍ୟତା ଦେବା ପାଇଁ ଉଦ୍ୟମ ଚଳାଇ ଆସିଥିଲେ। ଜାତିସଂଘ ମାନ୍ୟତା ଦେବାପରେ ଏହି ଉଦ୍ୟମ ଏବେ ସଫଳ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: