ବ୍ରଜରାଜନଗର ଉପନିର୍ବାଚନ:ବାଜି ମାରିଲା ବିଜେଡି,୬୫ ହଜାରରୁ ଅଧିକ ଭୋଟରେ ଜିତିଲେ ଅଳକା ମହାନ୍ତି

ବ୍ରଜରାଜନଗର ଉପନିର୍ବାଚନ:ବାଜି ମାରିଲା ବିଜେଡି,୬୫ ହଜାରରୁ ଅଧିକ ଭୋଟରେ ଜିତିଲେ ଅଳକା ମହାନ୍ତି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆସିଲା ବ୍ରଜରାଜନଗର ଉପନିର୍ବାଚନର ଫଳାଫଳ। ବାଜି ମାରିଲା ବିଜେଡି । ବିପୁଳ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ୬୫ ହଜାରରୁ ଅଧିକ ଭୋଟରେ ଜିତିଲେ ଅଳକା । ୨୫, ୮୨୭ ଖଣ୍ଡ ଭୋଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ । ସେହିଭଳି ୨୧,୪୬୮ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ରହିଲେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ।ସୂଚନା ଥାଉକି, ବ୍ରଜରାଜନଗର ଉପନିର୍ବାଚନ ପାଇଁ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ବ୍ରଜରାଜନଗର ଉପନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସମୁଦାୟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ଗତ ୩୧ ତାରିଖରେ ଅନୁଷ୍ଠିତ ହୋଇଥିଲା ଉପନିର୍ବାଚନ ।ପ୍ରଥମେ ପୋଷ୍ଟାଲ ଗଣତି ଚାଲିଥିଲା। ସକାଳ ୮.୩୦ରୁ ଇଭିଏମ୍‌ କାଉଣ୍ଟିଂ ଆରମ୍ଭ ହୋଇଥିଲା। ଗଣତି ପାଇଁ ୧୪ଟି ଟେବୁଲ କରାଯାଇଥିଲା । ୨୦ ରାଉଣ୍ଡ ଗଣତି ହୋଇଛି। ପ୍ରତି ଟେବୁଲରେ ୪ଜଣ କାଉଣ୍ଟିଂ ଅଫିସର ରହିଥିଲେ। ଭୋଟ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: