୨ ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର ରସିକିଆ ଟ୍ୟୁସନ୍ ସାର

୨ ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର ରସିକିଆ ଟ୍ୟୁସନ୍ ସାର

ପ୍ରିଜମ ନ୍ୟୁଜ ବ୍ୟୁରୋ: ଘରୋଇ ଟ୍ୟୁସନ୍ ସାରଙ୍କ ଅଜବ କାଣ୍ଡ। ପାଠ ପଢାଇବା ନାମରେ ଛାତ୍ରୀଙ୍କୁ ପ୍ରେମ ଶିଖାଇଲେ। ପ୍ରେମ ଜାଲରେ ଫସେଇ ଦଶମ ଓ ଅଷ୍ଟମ ଶ୍ରେଣୀର ଦୁଇ ନାବାଳିକା ଛାତ୍ରୀଙ୍କୁ ନେଇ ଚମ୍ପଟ ମାରିଲେ ଟ୍ୟୁସନ୍ ସାର । ଏଭଳି ଚକିତ କରିଲା ଭଳି ଘଟଣା ଖୋଦ ରାଜଧାନୀରେ ଘଟିଛି। ଗତ ରବିବାର ଘର ଲୋକଙ୍କ ପାଇଁ ଏକ ଚିଠି ଛାଡ଼ି ୨ ନାବାଳିକା ଛାତ୍ରୀ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଟ୍ୟୁସନ ସାର୍ ଗୋପାଳକୃଷ୍ଣ ବାଡାତିୟା ଛାତ୍ରୀ ଦୁଇଜଣଙ୍କୁ ନେଇ ଫେରାର ହୋଇ ଯାଇଥିବା ବଡଗଡ଼ ଥାନାରେ ଅଭିଯୋଗ । ଭୁବନେଶ୍ୱର ବଡଗଡରେ ରହୁଥିବା ଭାରତୀ ପରିଡାଙ୍କ ୨ ନାବାଳିକା ଝିଅ ରବିବାର ଘରୁ କେଉଁ ଆଡେ ଫେରାର ହୋଇଯାଇଛନ୍ତି।ଏନେଇ ବଡଗଡ ଥାନାରେ ଅଭିଯୋଗ ହୋଇ ଥିବାବେଳେ ଏପର୍ଯ୍ୟନ୍ତ ୨ ନାବାଳିକାଙ୍କ ପତ୍ତା ମିଳିନାହିଁ। କିଛି ଦିନ ଧରି ନାବାଳିକାଙ୍କ ପରିବାର ଟ୍ୟୁସନ ସାରଙ୍କୁ କ୍ଳାସ ବନ୍ଦ କରିବାକୁ କହିବାରୁ ପିଲାଙ୍କୁ ନେଇ ଚାଲିଯିବା ପାଇଁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ରାଜଧାନୀରେ ଏଭଳି ଘଟଣା ଘଟିବା ଅଭିଭାବକ ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ପୂର୍ବରୁ ମଧ୍ୟ ଦୁଇ ପିଲାଙ୍କୁ ଟ୍ୟୁସନ ମାଷ୍ଟର ଜଣଙ୍କ ଅଶ୍ଳୀଳ ବ୍ୟବହାର କରୁଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଘରଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ତେବେ ଟ୍ୟୁସନ ସାର୍ ବିବାହିତ ହୋଇଥିବା ବେଳେ ସେ ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ପଚାରୁ ନଥିବାର ଜଣା ପଡିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: