ରାଜ୍ୟରେ ପ୍ରଥମକରି ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ତତ୍ପର ସରକାର

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟର ଚିନ୍ତା ବଢାଇଲା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଆଜି ରାଜ୍ୟରେ ପ୍ରଥମ କରି ଚିହ୍ନଟ ହୋଇଛି ଓମିକ୍ରନ୍ ସଂକ୍ରମିତ । ଦୁଇ ବିଦେଶ ଫେରନ୍ତା ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ଏ ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି। ଯାହାକୁ ନେଇ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ୨ ରୋଗୀ କଟକର ବୋଲି ଜଣାପଡିଛି। ଜଣେ ନାଇଜେରିଆ ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣେ କତାର ଫେରନ୍ତା ଓମିକ୍ରନ୍ ଚିହ୍ନଟ ହୋଇଛନ୍ତି ।କିଛି ଦିନ ତଳେ ଏହି ଆକ୍ରାନ୍ତ ଅଣେ ଓଡ଼ିଶା ଫେରିଥିବା ବେଳେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ, ଏହା ପରେ ସେମାନଙ୍କ ନମୁନା ଜେନମ୍ ସିକ୍ବେନ୍ସିଂ ପାଇଁ ଆଇଏଲଏସକୁ ପଠାଯାଇଥିଲା । ସେଥିମଧ୍ୟରୁ ଦୁଇ ଜଣ ଓମିକ୍ରନ୍ ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ନାଇଜେରିଆ ଫେରନ୍ତା ଜଗତସିଂହପୁର ଅଞ୍ଚଳର ହୋଇଥିବା ବେଳେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଜଣେ କତାର ଫେରନ୍ତା। ନାଇଜେରିଆ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବଂ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଥିବାର କଟକ ADMO ଡାକ୍ତର ଉମେଶ ରାୟ ସୂଚନା ଦେଇଛନ୍ତି। ଜଣଙ୍କ ମଧ୍ୟରେ ବିଶେଷ ଲକ୍ଷଣ ଦେଖା ଯାଉଥିବା ବେଳେ ଆଉ ଜଣକର କାଶ ହେଉଥିବାର ଜଣା ପଡ଼ିଛି।ଅନ୍ୟ ପକ୍ଷରେ ରାଜ୍ୟରେ ଓମିକ୍ରନ ଚିହ୍ନଟ ହେଲା ପରେ ସରକାରୀ ତତ୍ପରତା ପ୍ରକାଶ ପାଇଛି। ଏନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟ ଅଧିକାରୀଙ୍କୁ ନେଇ ବସିଥିବାର ଜଣା ପଡିଛି। ଅନ୍ୟ ପକ୍ଷରେ BMC ମଧ୍ୟ ଓମିକ୍ରନ୍ ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *