ଥଣ୍ଡାରେ ଥରୁଛି ଓଡ଼ିଶା, ୧୯ଟି ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ

ଥଣ୍ଡାରେ ଥରୁଛି ଓଡ଼ିଶା, ୧୯ଟି ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଜାଡରେ ଥରୁଛି ଅଧା ଓଡ଼ିଶା। ଏବେ ରାଜ୍ୟର ୧୯ଟି ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ । ୩.୫ ଡ଼ିଗ୍ରୀ ତାପମାତ୍ରା ସହ ଦାରିଙ୍ଗବାଡ଼ି ରାଜ୍ୟର ସବଠାରୁ ଥଣ୍ଡା ସହର ପାଲଟିଛି। ଏହା ପଛକୁ ରହିଛି ଫୁଲବାଣୀ ଏଠାରେ ରାତିର ତାପମାତ୍ରା ୪ ଡିଗ୍ରୀ ରହୁଛି। ସେହିଭଳି ଭବନୀପାଟଣାରେ ୬ ଡିଗ୍ରୀ, କେନ୍ଦୁଝର ୬.୨ ଡିଗ୍ରୀ, ଝାରସୁଗୁଡ଼ା ୬.୫ ଡିଗ୍ରୀ, ସୁନ୍ଦରଗଡ଼ ୬.୫, ଟିଟିଲାଗଡ଼ ୬.୮, ବୌଦ୍ଧ ୭ ଓ ବଲାଙ୍ଗିର ତାପମାତ୍ରା ୭.୮ ଡିଗ୍ରୀ ରହିଛି। ଆଗାମୀ ୩ ରୁ ୪ ଦିନ ଥଣ୍ଡା ଅଧିକ ବଢିବା ସହ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବଢୁଥିବା ଥଣ୍ଡାକୁ ଦୃଷ୍ଟିରେ ରଖି ରାଜ୍ୟର ୧୪ ଜିଲ୍ଲାରେ ଏଲୋ ୱାରଣିଂ ଜାରି ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: