କିନ୍ନର କରିବେ ପୋଲିସ ଚାକିରି

କିନ୍ନର କରିବେ ପୋଲିସ ଚାକିରି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କିନ୍ନରଙ୍କୁ ମିଳିବ ଓଡ଼ିଶା ପୋଲିସରେ ଚାକିରି। ଓଡ଼ିଶା ପୋଲିସରେ ସବ-ଇନିସପେକ୍ଟର ଭାବେ ସେମାନଙ୍କୁ ନିଯୁକ୍ତି ମିଳିବ। ପୋଲିସ ଏସଆଇ ପଦବୀରେ ନିଯୁକ୍ତି ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ଟ୍ରାନ୍ସଜେଣ୍ଡର ବି ଆବେଦନ କରିପାରିବା ନେଇ ଉଲ୍ଲେଖ ରହିଛି । ତେବେ ସେମାନେ କେଉଁ ବର୍ଗରେ ଆବେଦନ କରିବେ, ସେନେଇ ସ୍ପଷ୍ଟ ହୋଇନି । ପ୍ରଥମ ଥର ପାଇଁ ସରକାରୀ ସ୍ତରରେ କିନ୍ନରଙ୍କୁ ପ୍ରଥମ ନିଯୁକ୍ତି ହେବ।

ତେବେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ କିନ୍ନର ସଂଘ ଧନ୍ୟବାଦ ଜଣାଇବା ସହ ସ୍ୱାଗତ ଜଣାଇଛନ୍ତି। ସେହିପରି କନଷ୍ଟେବଳ ପଦବୀ ପାଇଁ ବାହାରିଥିବା ନିଯୁକ୍ତିରେ କିନ୍ନରମାନେ ମଧ୍ୟ ଆବେଦନ କରିପାରିବେ। ପୂର୍ବରୁ କିନ୍ନରଙ୍କୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ କରାଯାଉଥିଲା। ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମର ବିଭିନ୍ନ ପ୍ରକଳ୍ପ ଅଧୀନରେ ସେମାନେ ଅସ୍ଥାୟୀ ଭାବରେ ବି କାମ କରୁଛନ୍ତି। ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ଆତ୍ମନିର୍ଭର କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ବି ସ୍ୱାଗତ କରାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: