କଂଗ୍ରେସ ଆସିଲେ ଧାରା ୩୭୦ ଉପରେ ପୁଣି କରାଯିବ ବିଚାର: ଦିଗବିଜୟ ସିଂହ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦିଗବିଜୟ ସିଂହ ଅନେକ ଥର କଂଗ୍ରେସକୁ ଅସୁବିଧାରେ ପକାଇଛନ୍ତି। ତାଙ୍କର ବିବାଦୀୟ ମନ୍ତବ୍ୟ ବିଭିନ୍ନ ସମୟରେ ଦଳକୁ ଅଡ଼ୁଆରେ ପକାଇଛି। ଏଥର ଦିଗବିଜୟ କ୍ଲବହାଉସ୍ ଚାର୍ଟରେ ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ ଦିଗବିଜୟଙ୍କ ଏକ ଅଡିଓ ଜାରି କରିଛନ୍ତି। ଏଥିରେ ଦିଗବିଜୟ ଜଣେ ପାକିସ୍ତାନୀ ସାମ୍ୱାଦିକଙ୍କୁ କିଛି କହିଛନ୍ତି। ଯଦି ପୁଣି ଥରେ କଂଗ୍ରେସ ସରକାର ଆସିବ, ତେବେ ଧାରା ୩୭୦ ଲାଗୁ ଉପରେ ପୁଣି ଥରେ ବିଚାର କରାଯିବ। ଜମ୍ମୁ କାଶ୍ମୀରର ଧାରା ୩୭୦ ଉପରେ ଦିଗବିଜୟ ଅଡିଓରେ କହୁଥିବା ଜଣାପଡ଼ିଛି।

ସେପଟେ ଦିଗବିଜୟ ସିଂହଙ୍କ ଅଡିଓ ଜାରି ପରେ ଚାରିଆଡୁ ଆକ୍ରମଣ କରିଛି ବିଜେପି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଦିଗବିଜୟଙ୍କୁ ସମାଲୋଚନା କରିଛନ୍ତି। କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ। ମୋଦି ସରକାର ଏଠାରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। କିନ୍ତୁ, କଂଗ୍ରେସ ଏବେ ପୁଣି ଥରେ ପାକିସ୍ତାନୀ ଭାଷା କହୁଛି ବୋଲି ଶିବରାଜ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ରହିଛି। ଏହି ପୂରା ମାମଲାରେ ସୋନିଆ ଗାନ୍ଧିଙ୍କୁ ହିଁ ଉତ୍ତର ଦେବାକୁ ପଡ଼ିବ। ସେହିପରି ବିଜେପି ପ୍ରଦେଶ ଅଧ୍ୟକ୍ଷ ବିଡି ଶର୍ମା NIA ଦ୍ୱାରା ଦିଗବିଜୟ ସିଂହଙ୍କ ଗତିବିଧି ଉପରେ ଯାଞ୍ଚ କରିବାକୁ ଦାବି କରିଛନ୍ତି।ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ସଭାପତି ସମ୍ୱିତ ପାତ୍ର ପ୍ରେସମିଟ୍ କରି କହିଛନ୍ତି ଯେ, ଦିଗବିଜୟ ସିଂହ ଦେଶ ବିରୋଧରେ ବିଷ ଓଗାଳୁଛନ୍ତି। କଂଗ୍ରେସ ହେଉଛି ଦେଶ ବିରୋଧୀର କ୍ଲବହାଉସ୍ ବୋଲି ସମ୍ୱିତ କହିଛନ୍ତି।

Leave a Reply

Your email address will not be published. Required fields are marked *