ଉପକାରୀ ତୁଳସୀ, ଏମିତି ବ୍ୟବହାର କଲେ ହୋଇବେ ଜ୍ଞାନୀ ଆଉ ଧନୀ…

ଉପକାରୀ ତୁଳସୀ, ଏମିତି ବ୍ୟବହାର କଲେ ହୋଇବେ ଜ୍ଞାନୀ ଆଉ ଧନୀ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରତ୍ୟେକ ହିନ୍ଦୁ ଘର ବାଡି ଅଗଣାରେ ତୁଳସୀ ଗଛଟିଏ ପୂଜା ପାଉଥାଏ ନିଶ୍ଚୟ। ତୁଳସୀକୁ ଗୀତାରେ ଏକ ପବିତ୍ର ଗଛ ଭାବେ ବର୍ଣ୍ଣନା ମଧ୍ୟ କରାଯାଇଛି। ତୁଳସୀ ଉଭୟ ବାସ୍ତୁ ଏବଂ ବିଜ୍ଞାନ ଦ୍ଵାରା ମଙ୍ଗଳ ମୟ ହୋଇଥିବାର ଗ୍ରହଣ ବିଶ୍ବାସ କରାଯାଏ । ଆପଣଙ୍କ ବାଡି ଅଗଣାରେ ରହିଥିବା ତୁଳସୀ ଗଛ କେତେ ଉପକାରୀ ଆପଣ ହୁଏତ ଜାଣି ନଥିବେ। ଆଜି ଆମେ ଆପଣଙ୍କୁ ଜଣାଉଛୁ । -ପ୍ରତିଦିନ ଗାଧୋଇ ତୁଲସୀ ପତ୍ର ଖାଉଥିବା ବ୍ୟକ୍ତି ଚନ୍ଦ୍ରୟାନ ବ୍ରତର ଫଳ ପରି ଶୁଦ୍ଧତା ହାସଲ କରିଥାଏ ବୋଲି କୁହଯାଏ। ପୌରାଣିକ ଶାସ୍ତ୍ର ଅନୁସାରେ ତୁଲସୀ ପତ୍ରର ବ୍ୟବହାର ଦ୍ଵାରା ଦେବାଦେବୀଙ୍କୁ ବିଶେଷ ଆଶୀର୍ବାଦ ମିଳିଥାଏ। ସେହିଭଳି ତୁଳସୀର ଆଉ କେତେକ ବିଶେଷ ଲାଭ ହେଉଛି:

-ପାଣିରେ ତୁଲସି ଡାଳ (ପତ୍ର) ମିଶାଇ ସ୍ନାନ କରିବା ତୀର୍ଥସ୍ଥାନରେ ସ୍ନାନ କରିବା ଭଳି ପବିତ୍ରତା ମିଳିଥାଏ ଏବଂ ଏପରି କରୁଥିବା ବ୍ୟକ୍ତି ସମସ୍ତ ଯଜ୍ଞରେ ବସିବାର ଅଧିକାର ପାଇଥାନ୍ତି।
-ଘରେ ଦେଖା ଦେଉଥିବା ବାସ୍ତୁଦୋଷ ତୁଳସୀ ଦୂର କରିବାରେ ସକ୍ଷମ ହୋଇଥାଏ। ପ୍ରତିଦିନ ତୁଲସୀଙ୍କୁ ପୂଜା କରିବା ଏବଂ ତା ମୂଳରେ ଜଳ ଅର୍ପଣ କରିବା ଆମ ପ୍ରାଚୀନ ପରମ୍ପରା । ଯେଉଁ ଘରେ ତୁଲସୀଙ୍କୁ ପ୍ରତିଦିନ ପୂଜା କରାଯାଏ, ସେଠାରେ ସୁଖ, ସମୃଦ୍ଧତା ଏବଂ ଭାଗ୍ୟ ରହିଥାଏ ବୋଲି କୁହଯାଏ।
-ଘରେ ତୁଳସୀ ଗଛ ରଖି ପୂଜା କରିବା ଦ୍ଵାରା ଅର୍ଥର ଅଭାବ ରହେ ନାହିଁ ।ତେଣୁ, ପ୍ରତିଦିନ ତୁଳସୀ ପୂଜା କରିବା ଦ୍ୱାରା ଧନ ବର୍ଷା ହୋଇଥାଏ।

  • ଘରର ପ୍ରାଙ୍ଗଣରେ ତୁଳସୀ ଗଛ ଥିଲେ ସମସ୍ତ ପ୍ରକାର ଅସନ୍ତୋଷ ଏବଂ ବିଶୃଙ୍ଖଳା ଘରୁ ଦୂର ହୋଇଥାଏ ବୋଲି କୁହାଯାଏ। ଲକ୍ଷ୍ମୀନାରାୟଣଙ୍କ ଶୁଭ ଦୃଷ୍ଟି ଓ ଦୟା ସବୁବେଳେ ସେହି ଘର ଉପରେ ରହିଥାଏ।
  • ଏତିକି ନୁହେଁ, ଦହି ସହିତ ଚିନି ଏବଂ ତୁଳସୀ ପତ୍ର ଖାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଯଦି ବାହାରକୁ କୌଣସି କାର୍ଯ୍ୟରେ ଯାଉଛନ୍ତି ଏହାକୁ ଖାଇଲେ କାର୍ଯ୍ୟ ସିଦ୍ଧି ହେବାର ସମ୍ଭାବନା ରହିଥାଏ ବୋଲି କୁହ ଯାଏ। ଦହି ସହିତ ତୁଳସୀ ଖାଇବା ଦ୍ୱାରା ମଧ୍ୟ ବିଭିନ୍ନ ଆୟୁର୍ବେଦିକ ଲାଭ ମିଳିଥାଏ।
    -ତୁଳସୀ ଖାଇବା ଦ୍ବାରା ଦିନସାରା ମନ ହାଲକା ଲାଗିବା ସହ ପାଠ ପଢା ବା ଅନ୍ୟ କାର୍ଯ୍ୟରେ ମନ ଲାଗିଥାଏ। ଚିନ୍ତା ମୁକ୍ତ ରହେ।
    -ତୁଳସୀ ଖାଇବା ଦ୍ୱାରା ଶରୀର ସର୍ବଦା ଶକ୍ତିଶାଳୀ ରହିଥାଏ। ରୋଗରୁ ରକ୍ଷା ମିଳେ। ସର୍ବଦା ସକରାତ୍ମକ ଉରଜା ମନଭିତରେ ଦେଖିବାକୁ ମିଳେ।
    -ତୁଳସୀ ଖାଇବା ଦ୍ବାରା ମାନସିକ ଚାପ ସୃଷ୍ଟି ହୁଏ ନାହିଁ। ଛୋଟ ପିଲାଙ୍କୁ ତୁଳସୀ ପତ୍ର ଲଗେଇବା ଦ୍ଵାରା ଖରାପ ନଜର ଲାଗେ ନାହିଁ ବୋଲି ମାନ୍ୟତା ରହିଛି । ଏହାସହ ତୁଳସୀ ମାଳି ଲଗେଇବା ଦ୍ଵାରା ଶରୀର ସର୍ବଦା ରୋଗ ମୁକ୍ତ ରହିଥାଏ, ଏଗାସ ନକାରାତ୍ମକ ଶକ୍ତିଠୁ ଦୂରେଇ ରୁହେ।
  • ହେଲେ ମନେ ରଖନ୍ତୁ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ପୂଜାରେ କେବେ ବି ତୁଳସୀ ପତ୍ର ବ୍ୟବହାର କରିବେ ନାହିଁ। ନଚେତ୍ ସର୍ବଦା ଦରିଦ୍ର ହେବା ସହ ମୂର୍ଖ ହୋଇ ବୁଲିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: