ନନ୍ଦନକାନନରେ ପୁଣି ଟୟ ଟ୍ରେନ ଓ ରୋପୱେର ମଜା ନେବେ ପର୍ଯ୍ୟଟକ

ନନ୍ଦନକାନନରେ ପୁଣି ଟୟ ଟ୍ରେନ ଓ ରୋପୱେର ମଜା ନେବେ ପର୍ଯ୍ୟଟକ

ନନ୍ଦନକାନନ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ପୁଣିଥରେ କାର୍ଯ୍ୟକ୍ଷମ ହେବ ଟୟ ଟ୍ରେନ ଓ ରୋପୱେ । ଆସନ୍ତା ୮ ତାରିଖରେ ବନ୍ୟପ୍ରାଣୀ ସପ୍ତାହ ଅବସରରେ ନନ୍ଦନକାନନରେ ଉଦଘାଟନ ହେବ ଟୟ ଟ୍ରେନ । ଏହାସହ ରୋପୱେ ଶିଳାନ୍ୟାସ ହେବ। ୮ବର୍ଷ ପରେ ପର୍ଯ୍ୟଟକମାନେ ଟଏ ଟ୍ରେନରେ ବୁଲିବା ସହ, କାଞ୍ଜିଆ ହ୍ରଦ, ଜଳହସ୍ତୀ ଖୁଆଡ଼, ତୃଣଭୋଜି ଖୁଆଡ଼ ଆଦି ଅନେକ ଜୀବଜନ୍ତୁ ଦେଖିପାରିବେ । ୪ଟି ବଗି ବିଶିଷ୍ଟ ୭୨ଟି ସିଟରେ, ୨ଟି ହ୍ୟାଣ୍ଡିକ୍ରାଫ୍ଟ ସିଟର ୭୪ଜଣ ପର୍ଯ୍ୟଟକ ଏକସଙ୍ଗରେ ବୁଲିପାରିବେ । ପ୍ରାୟ ଦେଢ଼ କିଲୋମିଟର ଦୂରତା ଏହି ରେଳ ଟ୍ରାକରେ ପର୍ଯ୍ୟଟକ ୨୦ ମିନିଟ ସମୟ ବ୍ୟବଧାନରେ ବୁଲିପାରିବେ ।
ରାଜ୍ୟସରକାରଙ୍କ ଦ୍ୱାରା ୩କୋଟି ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଟଏ ଟ୍ରେନ । ଏହାସହ ପ୍ରାୟ ୧୭ ବର୍ଷ ପରେ ପର୍ଯ୍ୟଟକମାନେ ପୁଣି ରୋପ ୱେର ମଜା ନେବେ । ରୋପ ୱେ କାର୍ଯ୍ୟ ୧୮ ମାସ ସୁଦ୍ଧା ଶେଷ କରାଯିବାର ଯୋଜନା ରଖାଯାଇଛି । ଏହି ରୋପ ୱେ ଦ୍ଵାରା ନନ୍ଦନକାନନରୁ କାଞ୍ଜିଆ ହ୍ରଦ ଉପର ଦେଇ ବଟାନିକାଲ ଗାର୍ଡେନ ଯାଇପାରିବେ ପର୍ଯ୍ୟଟକ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: