ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍

ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍

ପୁଣି ଥରେ ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍ । ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱର ଫରେଷ୍ଟପାର୍କ ଅଞ୍ଚଳ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ ଆଜି ବିଏମସି ପକ୍ଷରୁ କଣ୍ଟନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ଏଠାକୁ ବାହାର ଲୋକଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ନିଷେଧ କରାଯିବା ସହ ଆପାର୍ଟମେଣ୍ଟ ବିଲ୍ଡିଂରେ ରହିଥିବା ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଓ ଦୋକାନ ବନ୍ଦ ରଖିବାକୁ ବିଏମସି ପକ୍ଷରୁ କୁହାଯାଇଛି ।
ଦୀର୍ଘ ଦିନ ପରେ ରାଜଧାନୀରେ ଏହି ଆପାର୍ଟମେଣ୍ଟକୁ ସଂକ୍ରମଣ ପାଇଁ ସିଲ୍ କରାଯାଇଥିବାରୁ ରାଜଧାନୀବାସୀଙ୍କ ମନରେ ଏବେ କରୋନାକୁ ନେଇ ପୁଣି ଝନକା ପଶିଛି । ରାଜ୍ୟରେ ଏବେ କରେନା ଗ୍ରାଫ୍ ତଳମୁହାଁ ରହିଥିବା ବେଳେ ଭୁବନେଶ୍ୱରରେ କରୋନା ସ୍ଥିତି ବିଶେଷ ବଦଳିନି, ଏବେବି ସେଠି ପ୍ରତିଦିନ ତିନି ଅଙ୍କ ବିଶିଷ୍ଟ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିଭଳି ରାଜ୍ୟରେ କରୋନା ଦିନେ ବାଢିବା, ଦିନେ କମିବା ଦ୍ଵନ୍ଦ ସୃଷ୍ଟି କରୁଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: