ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରକୁ ବୋମାମାଡ, ସରକାରକୁ ଧର୍ମେନ୍ଦ୍ରଙ୍କ

ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରକୁ ବୋମାମାଡ, ସରକାରକୁ ଧର୍ମେନ୍ଦ୍ରଙ୍କ

ପ୍ରିଜମ ନ୍ୟୁଜ ବ୍ୟୁରୋ: କେନ୍ଦୁଝର ବିଧାୟକ ମୋହନ ଚରଣ ମାଝିଙ୍କ ଗାଡି ଉପରକୁ ବୋମାମାଡ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ଗୋଟିଏ ମୋଟର ସାଇକଲରେ ଆସି ବୋମାମାଡ କରି ଫେରାର୍ ହୋଇଯାଇଥିବା ଜଣା ପଡିଛି। ବିଧାୟକ ଏକ ମିଟିଂ ସାରି ଘରକୁ ଫେରୁଥିବା ବେଳେ ଜଣେ ପିଲା ହାତରେ ଦୁଇଟି ବମ ଧରି ଗାଡ଼ି ସମୁଖକୁ ହଠାତ ଚାଲି ଆସି ଗାଡ଼ି ଉପରକୁ ଗୋଟିଏ ବୋମା ଫିଙ୍ଗିଥିଲା।


ପରେ ଅଙ୍ଗରଖି ଓ ଡ୍ରାଇଭର ଗାଡି ରୁ ଓହ୍ଲାଇବାର ଦେଖି ପୁଣିଥରେ ଅନ୍ୟ ଏକ ବୋମା ବିଧାୟକଙ୍କ ଗାଡ଼ି ଉପରକୁ ଫୋପାଡ଼ି ଜୋରରେ ଗାଡ଼ି ନେଇ ନରଣପୁର ରେଲୱେ ଷ୍ଟେସନ ଆଡ଼େ ପଳାଇ ଯାଇଥିଲେ । ଏଥିରେ ଗାଡ଼ିର କ୍ଷତି ହୋଇଥିଲେ ହେଁ ବିଧାୟକ କି ଅନ୍ୟ କାହାର କିଛି କ୍ଷତି ହୋଇନି। ଏନେଇ ବିଧାୟକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ନାକା ବନ୍ଦି କରି ଦୁର୍ବୁତଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି ।

ତେବେ ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଗୃହ ବିଭାଗର ରହିଥିବା ମୁଖ୍ୟମନ୍ତ୍ରୀ। ଏହାସହ ଏହି ଘଟଣାରେ ବିଜେଡି ନେତାଙ୍କ ହାତ ରହିଛି ବୋଲି ବିଧାୟକ ଅଭିଯୋଗ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: