କାଲି ରାଜଧାନୀରେ ଶେଷ ନିର୍ବାଚନ ପ୍ରଚାର

କାଲି ରାଜଧାନୀରେ ଶେଷ ନିର୍ବାଚନ ପ୍ରଚାର

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୌର ନିର୍ବାଚନ ପାଇଁ ଆସନ୍ତାକାଲି ସରିବ ପ୍ରଚାର । ଭୋଟ୍ ଗ୍ରହଣ ତାରିଖ ପାଖେଇବା ସହ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ ଯାଏ ମତଦାନ ଚାଲିବ । ଭୋଟ୍ ଗ୍ରହଣ କାମରେ ନିୟୋଜିତ ହେବେ ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ । ପ୍ରତି ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଓ ୪ଜଣ ପୋଲିଂ ଅଫିସର ରହିବେ । ୨୩ ତାରିଖ ସନ୍ଧ୍ୟା ସୁଦ୍ଧା ପୋଲିଂ କର୍ମଚାରୀ ବୁଥରେ ପହଞ୍ଚିବେ ।ପୌର ନିର୍ବାଚନରେ ମତାଧିକାରୀ ସାବ୍ୟସ୍ତ କରିବେ ମୋଟ ୪୦ ଲକ୍ଷ ୫୫ ହଜାର ଭୋଟର । ପ୍ରତି ବୁଥରେ ୨ଟି ଲେଖାଏ ଇଭିଏମ୍ ରହିବ । ଗୋଟିଏରେ ମେୟର/ ପୌର ଅଧ୍ୟକ୍ଷା ଓ ଅନ୍ୟଟିରେ କର୍ପୋରେଟର/କାଉନସିଲର ପଦ ପାଇଁ ଭୋଟ ନିଆଯିବ ।୨୪ ତାରିଖରେ ରାଜ୍ୟର ୩ଟି ମହାନଗର ନିଗମ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ପାଇଁ ଭୋଟ୍ ନିଆଯିବ । ସେହିପରି ୪୭ଟି ମ୍ୟୁନିସିପାଲିଟି ଓ ୫୯ଟି ଏନଏସିରେ ନିର୍ବାଚନ ହେବ । ମୈଦାନରେ ଅଛନ୍ତି ୬୫୯ ଜଣ ମେୟର/ପୌର ଅଧ୍ୟକ୍ଷା ପ୍ରାର୍ଥୀ । ସେହିପରି ୫୮୪୨ ଜଣ ପ୍ରାର୍ଥୀ କାଉନସିଲର/କର୍ପୋରେଟର ପଦ ପାଇଁ ପ୍ରତିନ୍ଦ୍ୱନ୍ଦିତା କରୁଛନ୍ତି ।ମ୍ୟୁନିସିପାଲିଟି ଓ ଏନଏସିରେ ୧୬୭୨ ଓ୍ୱାର୍ଡରେ ଓ ୩ଟି ମହାନଗର ନିଗମରେ ୧୬୫ଟି ଓ୍ୱାର୍ଡରେ ମତଦାନ ଅନୁଷ୍ଠିତ ହେବ । ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ୧୯୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଭୁବନେଶ୍ୱରରେ ୩୦, କଟକରେ ୨୦ ଓ ବ୍ରହ୍ମପୁରରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: