ମହିଳା ବିଶ୍ୱକପରେ ପାକିସ୍ତାନର ପ୍ରଥମ ବିଜୟ

ମହିଳା ବିଶ୍ୱକପରେ ପାକିସ୍ତାନର ପ୍ରଥମ ବିଜୟ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପାକିସ୍ତାନ ମହିଳା କ୍ରିକେଟ ଟିମ ଆଇସିସି ମହିଳା ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି।

ୱେଷ୍ଟଇଣ୍ଡିଜ ବିପକ୍ଷ ମୁକାବିଲାରେ ପାକିସ୍ତାନ ୮ ୱିକେଟରେ ଏହି ବିଜୟ ହାସଲ କରିଥିଲା । ବର୍ଷା ଯୋଗୁ ୱେଷ୍ଟଇଣ୍ଡିଜ-ପାକିସ୍ତାନ ମ୍ୟାଚକୁ ୨୦ ଓଭର ବିଶିଷ୍ଟ କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୮୯ ରନ କରିଥିଲା । ନିଦା ଦର ୪ଟି ୱିକେଟ ଅକ୍ତିଆର କରି ୱେଷ୍ଟଇଣ୍ଡିଜକୁ ଅସୁବିଧାରେ ପକାଇଥିଲେ ।ଜବାବରେ ପାକିସ୍ତାନ ୧୮.୫ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଅଧିନାୟିକା ବିସ୍ମାହା ୨୦ ଓ ଓମାଇମା ସୋହେଲ ୨୨ରନ କରି ଅପରାଜିତ ରହିଥିଲେ । ବିଜୟ ସତ୍ୱେ ପାକିସ୍ତାନ ଟିମ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଥିବା ବେଳେ ପରାଜିତ ୱେଷ୍ଟଇଣ୍ଡିଜ ଟିମ ତୃତୀୟରେ ରହିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: