ମାଆ ହେବେ ସୋନମ!

ମାଆ ହେବେ ସୋନମ!

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ସୋନମ କାପୁର ବିବାହର ୪ ବର୍ଷ ପ୍ରଶଂସକଙ୍କ ସହ ଗୁଡ ନ୍ୟୁଜ ଶେୟାର କରିଛନ୍ତି । ସୋସିଆଲ ମିଡିଆରେ ସୋନମ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି କହିଛନ୍ତି । ସେ ଶେୟାର କରିଥିବା ଫଟୋରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି । ପତି ଆନନ୍ଦ ଆହୁଜା ମଧ୍ୟ ଫଟୋରେ ବେଶ ଖୁସି ଥିବା ଜଣା ପଡୁଛନ୍ତି । ସୋନମ ଏବଂ ଆନନ୍ଦଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ୨୦୧୮ରେ ଉଭୟଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ପରେ ସୋନମ ପତି ଏବଂ ପରିବାର ସହ ଅଧିକାଂଶ ସମୟ କାଟୁଛନ୍ତି । ଶେଷ ଥର ତାଙ୍କୁ ଦି ଜୋୟା ଫ୍ୟାକ୍ଟର ଫିଲ୍ମରେ ଦେଖିବାକୁ ମିଳିଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: