ଜମ୍ମୁ କାଶ୍ମୀର ନଆସିବାକୁ ନିଜଦେଶର ନାଗରିକଙ୍କୁ ମନା କରୁଛି ଆମେରିକା!

ଜମ୍ମୁ କାଶ୍ମୀର ନଆସିବାକୁ ନିଜଦେଶର ନାଗରିକଙ୍କୁ ମନା କରୁଛି ଆମେରିକା!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଭାରତ ଓ ପାକିସ୍ତାନ ଗସ୍ତରେ ଆସୁଥିବା ନିଜ ଆମେରିକୀୟ ନାଗରିକଙ୍କୁ ସତର୍କ କରାଉଛି ବାଇଡେନ୍ ପ୍ରଶାସନ।ଆମେରିକା ସରକାର ନିଜ ଦେଶର ନାଗରିକଙ୍କୁ ଭାରତର ଜମ୍ମୁ-କାଶ୍ମୀର ନଯିବାକୁ ସତର୍କ କରାଇଛି । ଏହାସହ ଆତଙ୍କବାଦୀ ହିଂସା ଓ ସାଂପ୍ରଦାୟିକ ହିଂସା କାରଣରୁ ପାକିସ୍ତାନ ଯାତ୍ରା କରିବା ପୂର୍ବରୁ ଚିନ୍ତା କରନ୍ତୁ ବୋଲି ଆମେରିକା କହିଛି। ପରାମର୍ଶରେ ଆମେରିକା କହିଛି ଯେ ଭାରତକୁ ଯାତ୍ରା କରୁଥିଲେ ଅଧିକ ସତର୍କ ରୁହନ୍ତୁ। ଭାରତ ପାଇଁ ଲେବଲ ୧ ଟ୍ରାଭେଲ ହେଲଥ ନୋଟିସ ଜାରି କରାଯାଇ ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅପରାଧ ଏବଂ ଆତଙ୍କବାଦ କାରଣରୁ ଆମେରିକା ନାଗରିକମାନେ ଜମ୍ମୁ କାଶ୍ମୀର ଭ୍ରମଣରେ ଯିବା ଅନୁଚିତ । ତେବେ ସେମାନେ ଲଦାଖ ଏବଂ ଏହାର ରାଜଧାନୀ ଲେହକୁ ଯାଇପାରିବେ । ତାହାସହିତ ସମ୍ଭାବ୍ୟ ସଶସ୍ତ୍ର ଲଢେଇ କାରଣରୁ ଆମେରିକୀୟମାନେ ଭାରତ-ପାକିସ୍ତାନ ସୀମାନ୍ତର ୧୦ କିଲୋମିଟର ପରିଧି ମଧ୍ୟକୁ ନଯିବାକୁ ମଧ୍ୟ ସତର୍କ କରାଯାଇଛି ।ଆମେରିକା ପରାମର୍ଶ ଦେଇଛି ଯେ, ଆତଙ୍କବାଦୀମାନେ ବିନା ଚେତାବନୀରେ ଆକ୍ରମଣ କରିପାରନ୍ତି। ପର୍ଯ୍ୟଟନ ସ୍ଥଳୀ, ପରିବହନ ସ୍ଥଳୀ ଓ ଶପିଂ ମଲକୁ ଟାର୍ଗେଟ କରିପାରନ୍ତି। ଗତ କିଛି ଦିନ ହେବ ଜମ୍ମୁ କାଶ୍ମୀରରେ ସାଧାରଣ ଲୋକଙ୍କ ଉପରେ ବଢୁଥିବା ଆକ୍ରମଣ ଘଟଣାକୁ ଦେଖି ଏଭଳି ପରାମର୍ଶ ଦିଆଯାଇଥିବାର ଅନୁମାନ କରାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: