ଯେସାକୁ ତେସା? କେଜ୍ରିଓ୍ବାଲଙ୍କ ଘର ଆଗରେ ଧାରଣା ଦେଲେ ସିଦ୍ଧୁ

ଯେସାକୁ ତେସା? କେଜ୍ରିଓ୍ବାଲଙ୍କ ଘର ଆଗରେ ଧାରଣା ଦେଲେ ସିଦ୍ଧୁ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପଞ୍ଜାବର ମୋହାଲିରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦାବି ଉଠାଇବା ସହ ବିକ୍ଷୋଭ ପ୍ରର୍ଦଶନ କରିଥିଲେ । ଏବେ ଯେସାକୁ ତେସା ନୀତି ଅବଲମ୍ବନ କରିଛି କଂଗ୍ରେସ । ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତି ସିଂ ସିଦ୍ଧୁ ଦିଲ୍ଲୀର ଅତିଥି ଶିକ୍ଷକଙ୍କୁ ନେଇ କେଜ୍ରିଓ୍ବାଲଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାରୀ ବାସଭବନ ଆଗରେ ଧାରଣା ଦେଇଛନ୍ତି ସିଧୁ । ତେବେ ସେ ନିଜର କୌଣସି ଦାବିପୂରଣ ପାଇଁ ଧାରଣାରେ ବସିନାହାନ୍ତି । ଦିଲ୍ଲୀର ଅତିଥି ଶିକ୍ଷକମାନେ ସେମାନଙ୍କୁ ସ୍ଥାୟୀ କରାଯିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଧାରଣା ଦେଇଥିବାବେଳେ ସେମାନଙ୍କ ଦାବିକୁ ସମର୍ଥନ ଜଣାଇ ସିଧୁ ସେମାନଙ୍କ ସହିତ ବସିଥିଲେ । ରବିବାର ସିଦ୍ଧୁ ଦଳବଳ ସହ କେଜ୍ରିଓ୍ବାଲଙ୍କ ଘର ପାଖରେ ପହଞ୍ଚି ଧାରଣାରେ ବସିବା ସହ ନିଜ ଷ୍ଟାଇଲରେ ପଚାରିଥିଲେ ‘କେଉଁଠି ଅଛ ଗୁରୁ ?’ ସେ କହିଛନ୍ତି, ‘କେଜ୍ରିଓ୍ବାଲ ସାହେବ ପଞ୍ଜାବ ଆସି ଭାଷଣ ଝାଡୁଥିଲ । ନିଜ ରୋଗ ବଢ଼ିବାରେ ଲାଗିଛି, ଅନ୍ୟଙ୍କୁ ଔଷଧ ବାଣ୍ଟୁଛ । ’ଏତିକିରେ ସିଦ୍ଧୁ ଅଟକି ନଥିଲେ । ‘ଭୋଲେ ସୁରତ ଦିଲ୍ କେ ଖୋଟେ, ନାମ ବଡେ ଔର୍ ଦର୍ଶନ ଛୋଟେ…’ ଗୀତ ଗାଇ କେଜ୍ରିଓ୍ବାଲଙ୍କ ପଞ୍ଜାବ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦାବିକୁ ନେଇ ରାଜନୀତି କରିବା ଉପରେ କଟାକ୍ଷ କରିଥିଲେ ସିଦ୍ଧୁ । ଏହାସହ ଦିଲ୍ଲୀର ୨୨ ହଜାର ଅତିଥି ଶିକ୍ଷକ ରାସ୍ତା ଉପରେ ଆନ୍ଦୋଳନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ ।ସୂଚନାଯୋଗ୍ୟ ଯେ ନିକଟରେ ପଞ୍ଜାବରେ ଶିକ୍ଷକମାନେ ସେମାନଙ୍କର ବିଭିନ୍ନ ଦାବିପୂରଣ ପାଇଁ ଆନ୍ଦୋଳନ ଓ ଧାରଣା ଦେଇଥିବାବେଳେ ଅରବିନ୍ଦ କେଜରିୱାଲ ସେମାନଙ୍କ ଧାରଣାସ୍ଥଳକୁ ଯାଇ ସେଠାରେ ବସିଥିଲେ । କେତେକ ଶିକ୍ଷୟତ୍ରୀ ପାଣି ଟାଙ୍କି ଉପରେ ବସି ଧାରଣା ଦେଉଥିବା ବେଳେ କେଜରିୱାଲ ତାଙ୍କୁ ତଳକୁ ଆସିବାକୁ ଅନୁରୋଧ କରିବା ସହ ତାଙ୍କ ସରକାର ଆସିଲେ ଶିକ୍ଷକଙ୍କମାନଙ୍କ ସବୁ ସମସ୍ୟା ଦୂର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବଂ ସେ ତାଙ୍କ ଶିକ୍ଷକ ମାନଙ୍କୁ ଟ୍ରେନିଂ ପାଇଁ ବିଦେଶ ଯାଉଥିବା କଥା କହିଥିଲେ। ତେବେ ଏବେ ସିଦ୍ଧୁ କେଜରିୱାଲଙ୍କୁ ତାଙ୍କ ଷ୍ଟାଇଲରେ ଜବାବ ଦେଇଛନ୍ତି କହିଲେ ଭୁଲ ହେବନି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: