ଦିଲ୍ଲୀରୁ ଚିହ୍ନଟ ହେଲା ଓମିକ୍ରନର ୫ ମାମଲା, ଡାକ୍ତର କହିଲେ ଲକ୍ଷଣ ଚିନ୍ତା ଜନକ

ଦିଲ୍ଲୀରୁ ଚିହ୍ନଟ ହେଲା ଓମିକ୍ରନର ୫ ମାମଲା, ଡାକ୍ତର କହିଲେ ଲକ୍ଷଣ ଚିନ୍ତା ଜନକ

ପ୍ରଜମ ନ୍ୟୁଜ ବ୍ୟୁରୋ:ରାଜଧାନୀ ଦିଲ୍ଲୀରେ ଆଜି କରୋନା ଭାଇରସର ନୂଆ ଭ୍ୟାରିଏଣ୍ଟ ଓମିକ୍ରନର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଭୟର ବାତାବରଣ ଖେଳି ଯାଇଛି। ଏହାକୁ ନେଇ ଏଲଏନଜେପି ଏମଡି ଡ.ସୁରେଶ କୁମାର କହିଛନ୍ତି ଯେ ମାମଲା ଡିସେମ୍ବର ୨ ତାରିଖରେ ଆସିଥିଲା। ବ୍ୟକ୍ତି ଜଣକ ତାଞ୍ଜାନିଆରୁ ଦିଲ୍ଲୀ ଆସିଥିଲେ। ସେ କରୋନା ଭ୍ୟାକସିନର ଦୁଇଟି ଡୋଜ ନେଇସାରିଛନ୍ତି। ସଂକ୍ରମିତଙ୍କ ଗଳାରେ ଯନ୍ତ୍ରଣା ହେବା ସହ ଶରୀର ଦୁର୍ବଳ ଲାଗିବା ଓ ଶରୀର ପୀଡ଼ା ଆଦି ଲକ୍ଷଣ ଦେଖାଦେଇଛି। ତେବେ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଦେଶରେ ଏବେ ସୁଦ୍ଧା ୫ ଟି ଓମିକ୍ରନ ମାମଲା ନଜରକୁ ଆସିଛି। ଦୁଇଜଣ କର୍ଣ୍ଣାଟକର ହୋଇଥିବା ବେଳେ ଜଣେ ଗୁଜରାଟର ଆଉ ଜଣେ ମହାରାଷ୍ଟ୍ରର। ଏବଂ ଆଜି ଆଉ ଜଣେ ଦିଲ୍ଲୀରୁ ଚିହ୍ନଟ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: