ଜୁଲାଇ ୩୧ ଯାଏ ପୁରୀକୁ ପ୍ରବେଶ ମନା

ଜୁଲାଇ ୩୧ ଯାଏ ପୁରୀକୁ ପ୍ରବେଶ ମନା

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଆସନ୍ତା ଜୁଲାଇ ୩୧ ଯାଏ ବାହାର ଲୋକଙ୍କୁ ପୁରୀ ମନା । ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ପୁରୀ ଜିଲ୍ଳା ପ୍ରଶାସନ । ବିନା କାରଣରେ କେହି ଜିଲ୍ଲାରେ ପ୍ରବେଶ କରିପାରିବେ ନାହି ବୋଲି ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି । ଯିଏ ଆସିବେ, ତାଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ । ଏହାସହ ପଞ୍ଜୀକରଣ ମଧ୍ୟ କରିବାକୁ ପଡିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ପୁରୀ ଜିଲ୍ଲାର ୩ଟି ପ୍ରବେଶ ପଥ ଉପରେ ନଜର ରହିଛି । ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସେବାୟତ ଓ କର୍ମଚାରୀଙ୍କ ଆଉ ଥରେ କୋଭିଡ ଟେଷ୍ଟ କରାଯିବ । ସାରା ରାଜ୍ୟରେ ହୁହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨ ଦିନ ମଧ୍ୟରେ ହଜାରେରୁ ଅଧିକ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀରେ ମଧ୍ୟ କୋଭିଡ୍ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: