ବିଶ୍ୱକପ୍ ଫିକ୍ସିଂ ତଦନ୍ତ ବନ୍ଦ, ରୋକ୍ ଲଗାଇଲା ଶ୍ରୀଲଙ୍କା

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ୨୦୧୧ ଦିନିକିଆ ବିଶ୍ୱକପ୍‌ରେ ଫିକ୍ସିଂ ହୋଇଥିବା ଅଭିଯୋଗ ପରେ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ତଦନ୍ତ ଆରମ୍ଭ କରିଥିଲେ। ଏପରିକି ତତ୍କାଳୀନ ଶ୍ରୀଲଙ୍କା ଟିମ୍‌ର ଅଧିନାୟକ କୁମାର ସାଙ୍ଗାକାରା, ଉପ ଅଧିନାୟକ ମାହେଲା ଜୟବର୍ଦ୍ଧନେ ଓ ଚୟନକର୍ତ୍ତା ଅରବିନ୍ଦ ଡି ସିଲଭାଙ୍କୁ ସ୍ପେଶାଲ ଇନଭେଷ୍ଟିଗେସନ ୟୁନିଟ ପଚରାଉଚରା ମଧ୍ୟ କରିଥିଲା। ତେବେ ଉପଯୁକ୍ତ ପ୍ରମାଣ ନ ମିଳିବାରୁ କ୍ରୀଡ଼ା ମନ୍ତ୍ରାଳୟ ତଦନ୍ତ ଉପରେ ରୋକ ଲଗାଇ ଦେଇଛି। ଏନେଇ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

୨୦୧୧ରେ ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ଥିବା ମହିଦାନନ୍ଦ ଅଲୁଥଗମାଗେ ବିଶ୍ୱକପରେ ଫିକ୍ସିଂ ହୋଇଥିବା ଅଭିଯୋଗ ଆଣିଥିଲେ। ଏହାପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଶେଷରେ କ୍ରୀଡ଼ା ମନ୍ତ୍ରାଳୟ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ କ୍ରୀଡ଼ା ମନ୍ତ୍ରୀ ଆଣିଥିବା ଅଭିଯୋଗର କୌଣସି ପ୍ରମାଣ ମିଳି ନ ଥିଲା। ଶେଷରେ ପ୍ରମାଣ ନ ମିଳିବାରୁ କ୍ରୀଡ଼ା ମନ୍ତ୍ରାଳୟ ଏହା ଉପରେ ରୋକ୍ ଲଗାଇଛି। ଦୀର୍ଘ ୨୮ ବର୍ଷ ପରେ ଟିମ୍ ଇଣ୍ଡିଆ ୨୦୧୧ରେ ଶ୍ରୀଲଙ୍କାକୁ ହରାଇ ବିଶ୍ୱକପ ଜିତିଥିଲା। ତେବେ ଏହି ବିଶ୍ୱକପରେ ଶ୍ରୀଲଙ୍କା ଟିମ୍‌ ଫିକ୍ସିଂ କରି ପରାସ୍ତ ହୋଇଥିବା ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *