ଛୋଟ ପରଦାରେ ଡେବ୍ୟୁ କରିବେ ଈଷା ଦେୱଲ

ଛୋଟ ପରଦାରେ ଡେବ୍ୟୁ କରିବେ ଈଷା ଦେୱଲ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଭକ୍ତିପୂର୍ଣ୍ଣ ଧାରାବାହିକ ‘ଜଗ ଜନନୀ ମା’ ବୈଷ୍ଣୋଦେବୀ’ରେ ଅଭିନୟ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଈଷା ଦେଓଲ । ଛୋଟ ପରଦାରେ ଏହା ତାଙ୍କର ଡେବ୍ୟୁ ହେବ । ଏହି ଧୁମ୍ ଅଭିନେତ୍ରୀ ଜଣଙ୍କ ତୋରାଲ ରାସପୁତ୍ରାଙ୍କୁ ରିପ୍ଲେସ କରିବେ । ଏହି ସିରିୟଲରେ ସେ ବୈଷ୍ଣୋଦେବୀଙ୍କ ମା’ ରାଣୀ ସମୃଦ୍ଧି ଦେବୀଙ୍କ ଭୂମିକାରେ ଅଭିନୟ କରିବେ । ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ଲକଡାଉନ୍ ପୂର୍ବରୁ ତୋରାଲ ଧାରାବାହିକ ଛାଡ଼ି ଚାଲି ଯାଇଥିଲେ । ତେବେ ଜଣେ ପ୍ରାପ୍ତବୟସ୍କ ଯୁବତୀଙ୍କ ମା’ ଭୂମିକାରେ ଅଭିନୟ କରିବାକୁ ସେ ପ୍ରସ୍ତୁତ ନ ଥିଲେ । ମାତ୍ର, ପୂଜାଙ୍କ ସହ ଆଉ କେତେକ ଦୃଶ୍ୟର ସୁଟିଂ କରିବାକୂ ତାଙ୍କର ଇଚ୍ଛା ଥିଲା ବୋଲି ସେ କହିଛନ୍ତି । ଜଣେ ଯୁବତୀଙ୍କ ମା’ ଭୂମିକାରେ ଅଭିନୟ କରିବା ପାଇଁ ସେ ନିଜକୁ ଆଶ୍ୱସ୍ତ ଅନୁଭବ କରୁ ନ ଥିଲେ । ସେଥିପାଇଁ ସେ ଛାଡ଼ିବା ପରେ ଏବେ ଅଭିନେତ୍ରୀ ଈଷା ଦେୱଲ ତାଙ୍କ ସ୍ଥାନରେ ଅଭିନୟ କରିବେ । ଈଷାଙ୍କ ଏହା ଛୋଟ ପରଦାରେ ଡେବ୍ୟୁ ହେବ । ସେଥିପାଇଁ ସେ ବେଶ୍ ଖୁସ୍ ମଧ୍ୟ ଅଛନ୍ତି । ତେବେ ସୁଟିଂ କେବେଠୁ ଆରମ୍ଭ ହେବ, ସେନେଇ କୌଣସି ତାରିଖ ଏଯାଏ ସ୍ପଷ୍ଟ ହୋଇନି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: