ଜାତୀୟ ରାଜପଥରେ ଜାତୀୟ ପଶୁ

ଜାତୀୟ ରାଜପଥରେ ଜାତୀୟ ପଶୁ

ପ୍ରିଜିମ ନ୍ୟୁଜ ବ୍ୟୁରୋ: ଇଣ୍ଟରନେଟ୍‌ରେ ଦୃଷ୍ଟି ଆକର୍ଷଣ କରୁଛି ମହାବଳ ବାଘ। ତାହା ପୁଣି ଜାତୀର ରାଜପଥରେ। ଭିଡିଓଟି ତାମିଲନାଡ଼ୁର ହୋଇଥିବା ଜଣାପଡ଼ିଛି। ୧୫ ସେକେଣ୍ଡର ଏହି ଭିଡିଓରେ ମହାବଳ ବାଘ ତା’ର ଆନ୍ଦାଜରେ ରାସ୍ତା ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଫଟୋଗ୍ରାଫର ରାଜମୋହନ ଉତ୍ତୋଳନ କରିଛନ୍ତି। ଭାରତୀୟ ବନ ସେବା ଅଧିକାରୀ ସୁଳାନ୍ତ ନନ୍ଦ ଏହାକୁ ଶେୟାର କରିଛନ୍ତି। ଏହି ଭିଡିଓକୁ ଶେୟାର କଲାବେଳେ ସେ ଫଟୋଗ୍ରାଫରଙ୍କୁ ଏହାର ଶ୍ରେୟ ଦେଇଛନ୍ତି। ତେବେ ରାଜମୋହନ ଏହି ଭିଡିଓକୁ କାବୁ କରିବାକୁ ଜଙ୍ଗଲରେ ଲୁଚି ରହିଥିଲେ। ଇଣ୍ଟରନେଟରେ ଏହି ଭିଡିଓ ଅନେକଙ୍କ ଦ୍ୱାର ପସନ୍ଦ ହୋଇଥିଲା ବେଳେ ବହୁ ଦର୍ଶକ ଏହା ଅତ୍ୟନ୍ତ ଭୟଙ୍କର ବୋଲି କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: