ଏଲପିଜି ସିଲିଣ୍ଡର୍ ଦାମରେ ମୋଟା ରକମର ହ୍ରାସ

ଏଲପିଜି ସିଲିଣ୍ଡର୍ ଦାମରେ ମୋଟା ରକମର ହ୍ରାସ

ପ୍ରିଜିମ ନ୍ୟୁଜ ବ୍ୟୁରୋ: କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଦରଦାମ୍ ହୁ ହୁ ହୋଇ ବୃଦ୍ଧି ପାଇଚାଲିଛି । ବିଶେଷ କରି ଗ୍ୟାସ ଦର ବୃଦ୍ଧି ସିଧାସଳଖ ହାଣ୍ଡିଶାଳ ଉପରେ ମାଡ଼ କରିଥିଲା। ଏହା ଭିତରେ ଲୋକମାନଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଫେବୃଆରୀ ମାସର ପ୍ରଥମ ଦିନରୁ କମର୍ଶିଆଲ୍ ଗ୍ୟାସ ସିଲିଣ୍ଡର୍ ର ଦାମ୍ ରେ ୯୧.୫ ଟଙ୍କା ହ୍ରାସ ପାଇଛି । ପେଟ୍ରୋଲିୟମ୍ କମ୍ପାନୀ ଆଜି ଠାରୁ କମର୍ଶିଆଲ୍ ଗ୍ୟାସ୍ ର ଦାମ୍ ହ୍ରାସ କରିଛି । ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ୍ ରେ କୌଣସି ପରିବର୍ତ୍ତନ ଆସିନାହିଁ । ସେହିପରି ଗତ ମାସରେ ଅର୍ଥାତ୍ ଜାନୁଆରୀ ୨୦୨୨ରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍ ରେ ୧୦୨.୫୦ ଟଙ୍କା ହ୍ରାସ ପାଇଥିଲା। ଏହି କ୍ରମରେ ପୁଣି ଫେବୃଆରୀରେ ଦାମ୍ ହ୍ରାସ ଘଟିଛି । ହେଲେ ୧୪ ଲିଟିରିଆ ସିଲିଣ୍ଡରର ଦାମ୍ ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦିଲ୍ଲୀରେ ୧୯ କିଗ୍ରା କମର୍ଶିଆଲ୍ ଗ୍ୟାସ୍ ର ଦାମ୍ ୯୧.୫ ଟଙ୍କା ହ୍ରାସ ପାଇ ୧୯୦୭ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକାତାରେ କମର୍ଶିଆଲ୍ ଗ୍ୟାସ୍ ସିଲିଣ୍ଡରର ଦାମ୍ ୮୯ ଟଙ୍କା କମ୍ ହୋଇ ୧୯୮୭ ଟଙ୍କା ହୋଇଛି । ଏହାସହ ଚେନ୍ନାଇରେ କମର୍ଶିଆଲ୍ ଗ୍ୟାସ୍ ସିଲିଣ୍ଡରର ଦାମ୍ କମି ୨୦୮୦.୫ ଟଙ୍କା ହୋଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: