ଚର୍ଚ୍ଚା ସାଉଁଟୁଛି ଭାଇଜାନ୍ ସଲମାନ ଖାନଙ୍କ ‘ସିଟିମାର’

ଚର୍ଚ୍ଚା ସାଉଁଟୁଛି ଭାଇଜାନ୍ ସଲମାନ ଖାନଙ୍କ ‘ସିଟିମାର’

ପ୍ରିଜମ ନ୍ୟୁଜ ବ୍ୟୁରୋ: ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖିୁସି ଖବର । ଫିଲ୍ମ ‘ରାଧେ’ର ଟ୍ରେଲର୍ ପରେ ଏବେ ଫିଲ୍ମର ଏକ ଜବରଦସ୍ତ ସଙ୍ଗ ରିଲିଜ୍ ହୋଇଛି ଯାହା ପ୍ରବଳ ଚର୍ଚ୍ଚା ସାଉଁଟୁଛି । ‘ସିଟିମାର’ର ପୂରା ଗୀତ ଗତ ସୋମବାର ରିଲିଜ୍ ହୋଇଛି ।

 ସଲମାନ ଖାନଙ୍କ ଅପକମିଂ ଫିଲ୍ମ ରାଧେ: ୟୁରୋ ମୋଷ୍ଟ ୱାଣ୍ଟେଡ୍ ଭାଇ (Radhe : Your Most Wanted Bhai) ଟ୍ରେଲର ନିକଟରେ ରିଲିଜ୍ ହୋଇଛି । ଏହାକୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳିଛି। ଲୋକେ ଫିଲ୍ମ ପରଦାରେ ଦେଖିବାକୁ ବେଶ ଉତ୍ସାହର ସହ ଚାହିଁ ରହିଛନ୍ତି । ଏହି ଟ୍ରେଲରେ ଏକ ଟ୍ରାକ୍ ସଙ୍ଗ ‘ସିଟିମାର’ର କିଛି ସେକେଣ୍ଡର ଝଲକ ସେୟାର କରାଯାଇଥିଲା |

https://www.youtube.com/watch?v=_Ri8hQka9LM

‘ସିଟିମାର’ ଗୀତରେ ସଲମାନ ଖାନଙ୍କ ସହ ଦିଶା ପାଟନୀ ନଜର ଆସିଛନ୍ତି । ଟ୍ରେଲର ଓ ‘ସିଟିମାର’ ଗୀତକୁ ଦର୍ଶକଙ୍କ ପ୍ରବଳ ଭଲପାଇବା ମିଳିଛି ।

   ଏହି ଟ୍ରାକ୍ ଦେବୀ ଶ୍ରୀ ପ୍ରସାଦ କମ୍ପୋ କରିଥିବା ବେଳେ ଲିରକ୍ସ ଦେଇଛନ୍ତି ଶବ୍ବୀର ଅହମ୍ମଦ । କମଲ ଖାନ୍ ଏବଂ ଇୟୁଲିଆ ବନ୍ତୁର କଣ୍ଠଦାନ କରିଥିବା ବେଳେ ଡ୍ୟାନ୍ସ  ତଡ଼କା ଦେଇଛନ୍ତି କୋରିଓଗ୍ରାଫ୍ ଶେଖ ଜାନି ବାଶା ।

‘ରାଧେ’ରେ ସଲମାନ ଖାନଙ୍କ ସହ ଦିଶା ପାଟନୀ, ରଣଦୀପ ହୁଡା ଏବଂ ଜ୍ୟାକି ଶ୍ରଫ୍ ପ୍ରମୁଖ ଭୂମିକାରେ ନଜର ଆସିବେ ।  ସଲମା ଖାନ୍, ସୋହେଲ ଖାନ୍ ଏବଂ ରିଲ୍ ଲାଇଫ ପ୍ରଡକ୍ସନ୍ ପ୍ରାଇଭେଟ ଲିମିଟେଡର ଏହି ଫିଲ୍ମ ଚଳିତ ବର୍ଷ ଇଦ୍ ଅବସରରେ ମେ ୧୩ ତାରିକରେ ମୁକ୍ତିଲାଭ କରିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: